ଭୂମିକମ୍ପରେ ଥରିଲା ୩ ରାଜ୍ୟ
ଥରିଲା ଭାରତର ଅନେକ ରାଜ୍ୟ । ସୋମବାର ସକାଳେ ତିନୋଟି ଜାଗାରେ ଭୂମିକମ୍ପର ଝଟକା ଲାଗିଥିବା ସୂଚନା ମିଳିଛି । ତେବେ ଏଥିରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ ସୂଚନା ମିଳିପାରିନାହିଁ । ରିପୋର୍ଚ ଅନୁସାରେ, ସୋମବାର ସକାଳେ ପ୍ରଥମେ ମଣିପୁରରେ ଲାଗିଥିଲା ଝଟକା । ସକାଳ୫ଟା୫୧ରେ ମଣିପୁର ଥରିଥିଲା । ଚନ୍ଦେଲ ପାଖରେ ଭୁମିକମ୍ପର କେନ୍ଦ୍ରସ୍ଥଳୀ ଥିଲା । ଯାହା ମାଟି ତଳେ ୬ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା୩.୫ରେକର୍ଡ କରାଯାଇଛି ।

ମଣିପୁର ପରେ ଥରିଥିଲା ମେଘାଳୟ । ସକାଳ୭ଟା୫ମିନିଟରେ ରାଜ୍ୟର ବିଭିନ୍ନ ଜାଗାରେ ଲୋକଙ୍କୁ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା୩.୪। ଏଠାରେ ଥିବା ଖାସି ପାହାଡର୧୦କିଲୋମିଟଟର ଭିତରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିବା ପାଣିପାଗ ବିଭାଗ କହିଛି । ସେହିପରି ସୋମବାର ସକାଳ୮ଟା୩୨ମିନିଟରେ ଆସାମରେ ଭୂମିକମ୍ପର ଝଟକା ଲାଗିଛି । ଯାହାର ତୀବ୍ରତା୨.୯। ଉବଲଗୁରୀର୧୦କିଲୋମିଟର ଭିତରେ ଏହାର କେନ୍ଦ୍ରସ୍ଥଳୀ ରହିଥିଲା । ତେବେ ଏହି ସବୁ ଝଟକା ସାମାନ୍ୟ ଥିଲା । ତେଣୁ କୌଣସି ବଡ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । କିନ୍ତୁ ଝଟକା ଲାଗିବା ପରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ।












Click it and Unblock the Notifications