ଭୂକମ୍ପରେ ଥରିଲା ମିଆଁମାର, ରିକ୍ଟର ସ୍କେଲ୍‌ର ତୀବ୍ରତା ୪.୮

ଭୂକମ୍ପରେ ଥରିଲା ମିଆଁମାର । ମିଆଁମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୪.୮ ଥିଲା । ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ବଡ଼ ଧରଣର ଭୂକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ନାହିଁ । ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ମୁତାବକ, ରାତି ପ୍ରାୟ ୧ଟା ସମୟରେ ଭୂମିକମ୍ପ ଝଟକା ହୋଇଥିଲା । ଭୂମିକମ୍ପ ପରେ ଲୋକେ ଭୟରେ ଘରୁ ବାହାରକୁ ପାଳାଇ ଆସିଥିଲେ ।

ମିଳିଥିବା ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୫୩ ମିନିଟରେ ଏହି ଭୂକମ୍ପ ହୋଇଥିବା ନେଇ ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦୬ କିଲୋମିଟର ତଳେ ଅବସ୍ଥିତ। ତେବେ ଭୂମିକମ୍ପ ଯୋଗୁଁ କୌଣସି ଧନ ଜୀବନ କ୍ଷତିର ସୂଚନା ମିଳିନାହିଁ । କିମ୍ବା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ ।

Earthquake

ରାତିରେ ଲୋକେ ଶୋଇଥିବା ବେଳେ ଭୂକମ୍ପ କାରଣରୁ ଲୋକ ଭୟଭୀତ ହୋଇଯାଇଥିଲେ । ଝଟକା, କବାଟ ସବୁ ଦୋହଲି ଯାଇଥିଲା । ଭୟଭୀତ ହୋଇ ଲୋକେ ବାହାରକୁ ବାହାରି ଆସିଥିଲେ। କହିରଖୁଛୁ ଯେ, ଗତକିଛି ଦିନ ତଳେ ମିଆଁମାରରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୁତ ହୋଇଥିଲା । ସେହିପରି ଡିସେମ୍ବର ପୂର୍ବରୁ, ୪.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+