ଭୂମିକମ୍ପରେ ଥରିଲା ନାଗାଲାଣ୍ଡ, ରିକ୍ଟର ସ୍କେଲରେ ତୀବ୍ରତା ୩.୦
ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ନାଗାଲାଣ୍ଡ, ରିକ୍ଟର ସ୍କେଲରେ ତୀବ୍ରତା ୩.୦ ରେକର୍ଡ଼ କରାଯାଇଛି । ଆଜି ଭୋର ସମୟରେ ନାଗାଲାଣ୍ଡରେ ଭୂକମ୍ପ ଝଟକା । ନାଗାଲାଣ୍ଡର ନୋକଲାକ ସହରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପର ତୀବ୍ରତା ୩.୦ ଥିବା ରେକର୍ଡ କରାଯାଇଛି ।

ଆଜି(ରବିବାର) ଭାରତୀୟ ସମୟ ସକାଳ ୩.୩୬ ମିନିଟରେ ନାଗାଲାଣ୍ଡର ନୋକଲାକରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପଟେ ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।












Click it and Unblock the Notifications