ଭୂକମ୍ପରେ ଥରିଲା ଲଦାଖ, ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ
ଭୂକମ୍ପରେ ଥରିଲା ଲଦାଖ । ସୋମବାର ଲେହ ଲଦାଖ ଅଞ୍ଚଳରେ ସକାଳୁ ସକାଳୁ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହି ଭୂକମ୍ପ ଆଜି ଭୋର ୪:୩୨ ରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲେହ ଲଦାଖରେ ୩୪.୩୫ ଉତ୍ତର ଅକ୍ଷାଂଶ ଏବଂ ୭୮.୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା, ଯାହାର ଗଭୀରତା ୧୦ କିଲୋମିଟର ଥିଲା ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଅଧିକାଂଶ ଲୋକ ନିଦରୁ ଉଠି ଘରୁ ବାହାରକୁ ଆସିଯାଇଥିଲେ । ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ।












Click it and Unblock the Notifications