କାରଗିଲରେ ଭୂକମ୍ପ ଝଟକା ଅନୁଭୂତ
Earthquake News: ଶୁକ୍ରବାର ଲଦାଖର କାରଗିଲରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି । ଯାହା ଫଳରେ ଜମ୍ମୁ ଏବଂ କାଶ୍ମୀରର ଅନେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପଟି ରାତି ୨:୫୦ ରେ ହୋଇଛି ଏବଂ ଏହା ୧୫ କିଲୋମିଟର ଗଭୀରରେ ଅନୁଭୂତ ହୋଇଛି ।

ଶ୍ରୀନଗର ଏବଂ ଜମ୍ମୁରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ସୋସିଆଲ ମିଡିଆର ଲୋକଙ୍କର ଭୂକମ୍ପ ନେଇ ଏକ ପୋଷ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications