ତୁର୍କୀରେ ଭୟଙ୍କର ଭୂକମ୍ପ: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୂମିକମ୍ପ ଯୋଗୁଁ ଦକ୍ଷିଣ ପୂର୍ବ ତୁର୍କୀ ସମେତ ସିରିଆରେ ମଧ୍ୟ ଖୁବ୍ କ୍ଷୟକ୍ଷତି ହୋଇଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବେ ଲାଗିଛି । କ୍ଷୟକ୍ଷତି ହୋଇଥିବା ସ୍ଥାନଠାରୁ ଭୂକମ୍ପ କେନ୍ଦ୍ରସ୍ଥଳୀ ମାତ୍ର ୨୩ କିଲୋମିଟର ଦୂରରେ ରହିଛି ।

ତୁର୍କୀରେ ହୋଇଥିବା ଏହି ଭୂକମ୍ପକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,'ତୁର୍କୀରେ ହୋଇଥିବା ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗକୁ ମୋର ସମବେଦନା ଜଣାଇବା ସହିତ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି'।
Anguished by the loss of lives & damage of property due to earthquake in Turkey. Condolences to bereaved families. May the injured recover soon. India stands in solidarity with people of Turkey & is ready to offer all possible assistance to cope with this tragedy: PM
(File pic) pic.twitter.com/UHz2hLHNLt
— ANI (@ANI) February 6, 2023
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଭାରତ ତୁର୍କୀବାସୀଙ୍କ ସହିତ ଅଛି । ଏହି ଦୁର୍ଘଟଣାର ମୁକାବିଲା କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି '। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଭୂମିକମ୍ପ ଯୋଗୁଁ ଦକ୍ଷିଣ ପୂର୍ବ ତୁର୍କୀ ସମେତ ସିରିଆରେ ମଧ୍ୟ ଖୁବ୍ କ୍ଷୟକ୍ଷତି ହୋଇଛି ।
ସୂଚନା ଅନୁସାରେ, ଏହି ଭୟଙ୍କର ଭୂମିକମ୍ପର କେନ୍ଦ୍ର ସିରିଆ ସୀମାଠାରୁ ୯୦ କିଲୋମିଟର ଦୂରରେ ରହିଛି । ଯେଉଁଥି ପାଇଁ ସିରିଆର ଅନେକ ସହରରେ ମଧ୍ୟ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଛି । ତୁର୍କୀରେ ସକାଳ ୪.୧୭ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ତୁର୍କୀ ସୀମା ନିକଟରେ ଉତ୍ତର-ପଶ୍ଚିମ ଇରାନରେ ୫.୯ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଯେଉଁ ସମୟରେ ପ୍ରାୟ ୨ ଜଣଙ୍କର ମୃତ୍ୟୁ ଏବଂ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଥିଲା ।
ସୂଚାନାଯୋଗ୍ୟ ଯେ, ବର୍ତ୍ତମାନ ଯୁଦ୍ଧକାଳୀନ ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସୋସିଆଲ ମିଡିଆରେ ଭୂମିକମ୍ପର ଏକ ଭିଡିଓ ଭାଇରାଲ ହେଉଛି । ତେବେ ଲଗାତାର ଭୂମିକମ୍ପ ଯୋଗୁଁ ଏବେ ଖୁବ ଭୟବିତ ଅଛନ୍ତି ସ୍ଥାନୀୟ ଲୋକେ । ବର୍ତ୍ତମାନର ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କ୍ଷୟକ୍ଷତି ହୋଇଥିବା ସ୍ଥାନ ଭୂକମ୍ପ କେନ୍ଦ୍ରସ୍ଥଳୀଠୀରୁ ମାତ୍ର ୨୩ କିଲୋମିଟର ଦୂରରେ ରହିଛି ।












Click it and Unblock the Notifications