ଭୂକମ୍ପରେ ଥରିଲା ମିଆଁମାର୍, ଭୁଶୁଡି଼ଲା ଉଚ୍ଚ ଆଟ୍ଟାଳିକା କୋଠା
Earthquake In Thailand: ଶୁକ୍ରବାର ଦିନ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା 7.7 ରେକର୍ଡ କରାଯାଇଛି । ବିବିସି ରିପୋର୍ଟ ଅନୁସାରେ, ଜର୍ମାନୀର GFZ ଭୂତତ୍ତ୍ୱ କେନ୍ଦ୍ର କହିଛି ଯେ ଏହି ଭୂମିକମ୍ପ ଅପରାହ୍ନରେ 10 କିଲୋମିଟର ଗଭୀରତାରେ ଘଟିଥିଲା।
High-rise building collapses due to strong #earthquake in Chatuchak, Bangkok. #แผ่นดินไหว #กรุงเทพมหานคร pic.twitter.com/fiRV6ZIZq2
— Weather Monitor (@WeatherMonitors) March 28, 2025
GFZ ଭୂତତ୍ତ୍ୱ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପଡ଼ୋଶୀ ମିଆଁମାରରେ ଥିଲା। ବର୍ତ୍ତମାନ, ଜୀବନ କିମ୍ବା ସମ୍ପତ୍ତି କ୍ଷତି ବିଷୟରେ କୌଣସି ତୁରନ୍ତ ସୂଚନା ପ୍ରକାଶ ପାଇ ନାହିଁ ।

ଭୂମିକମ୍ପ ଯୋଗୁଁ ବ୍ୟାଙ୍କକରେ ଏକ ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକା କୋଠା ଭୁଶୁଡ଼ି ପଡ଼ିଥିବାର ସୂଚନା ରହିଛି । ସୋସିଆଲ ମିଡିଆରେ ଭୂମିକମ୍ପର ଅନେକ ଭିଡିଓ ଭାଇରାଲ ହେବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଭୟଙ୍କର ଭୂକମ୍ପ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।












Click it and Unblock the Notifications