ନେପାଳରେ ଭୂକମ୍ପ ଝଟକା ଅନୁଭୂତ

Earthquake in Nepal: ନେପାଳରେ ଭୂକମ୍ପ । ଶୁକ୍ରବାର ସନ୍ଧ୍ୟା ୭:୫୨ ସମୟରେ ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ରେକର୍ଡ କରାଯାଇଛି । ବର୍ତ୍ତମାନ ଭୂକମ୍ପ ଯୋଗୁଁ ମୃତାହତ ବା କ୍ଷୟକ୍ଷତି ନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।

ANI ରିପୋର୍ଟ ଅନୁଯାୟୀ, ଉତ୍ତର ଭାରତରେ ମଧ୍ୟ ମୃଦୁ ଭୂକମ୍ପ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପଟି ୨୦ କିଲୋମିଟର ଗଭୀରତାରେ ଆସିଥିଲା। ଉତ୍ତରାଖଣ୍ଡର ପିଥୋରାଗଡ଼ ଭୂମିକମ୍ପର କେନ୍ଦ୍ରସ୍ଥଳ ।

Earthquake in Nepal

ନେପାଳ ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପୀୟ କ୍ଷେତ୍ର ମଧ୍ୟରୁ ଗୋଟିଏ, ଯେଉଁଠାରେ ଭୂମିକମ୍ପର ବିପଦ ନିରନ୍ତର ରହିଥାଏ। ଶୁକ୍ରବାର ଏକ ଶକ୍ତିଶାଳୀ ଭୂମିକମ୍ପ ମିଆଁମାର ଏବଂ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଉକ୍ତ ଦିନ ନେପାଳରେ ମଧ୍ୟ ସକାଳେ ୬.୧ରେ ଭୂକମ୍ପ ହୋଇଥିଲା ।

ଗୁରୁବାର ମହାରାଷ୍ଟ୍ର ରାଜ୍ୟର ସୋଲାପୁର ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରେକର୍ଡ କରାଯାଇଥିଲା । ଦକ୍ଷିଣ-ପଶ୍ଚିମ ମହାରାଷ୍ଟ୍ରରେ ଅବସ୍ଥିତ ଏହି ଜିଲ୍ଲାର ସାଙ୍ଗୋଲା ନିକଟରେ ଭୂମି ତଳେ ପାଞ୍ଚ କିଲୋମିଟର ଗଭୀରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+