ମରକ୍କୋରେ ଭୟଙ୍କର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୬୦୦କୁ ବୃଦ୍ଧି, ମୋଦି କହିଲେ ସହଯୋଗ ଯୋଗାଇଦେବାକୁ ଭାରତ ପ୍ରସ୍ତୁତ

Earthquake In Morocco: ଭାରତରେ ଚାଲିଥିବା ଜି -20 ବୈଠକ ପୂର୍ବରୁ ମରକ୍କୋରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ରାତି ପ୍ରାୟ ୧୧ଟା ବେଳେ ଏହି ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୬୦୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଆହୁରି ଅନେକ ଲୋକଙ୍କର ମୃତ୍ୟୁ ହୋଇଥିହା ଆଶଙ୍କା କରାଯାଉଛି ଏବଂ ଏନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।

pm modi

ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱ ଦୁଃଖ ପ୍ରକାଶ କରିଛି । ଜି -20 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭୂକମ୍ପ କ୍ଷତିଗ୍ରସ୍ତ ମରକ୍କୋ ସହ ପୁରା ବିଶ୍ୱ ଅଛି । ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବାରୁ ଭାରତ ପ୍ରସ୍ତୁତ ଅଛି । ସେହି ମୋଦି କହିଛନ୍ତି, ମୁଁ ପ୍ରାର୍ଥନା କରୁଛି ସମସ୍ତ ଆହତ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇାଯାଆନ୍ତୁ ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୧୮.୫ କିଲୋମିଟର ଗଭୀରତାରେ, ପର୍ଯ୍ୟଟନ ସହର ମର୍କେଶ ସହରର ୭୧ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା। ସ୍ଥାନୀୟ ସମୟ ରାତି ପ୍ରାୟ ୧୧.୧୧ ସମୟରେ ଏଠାରେ କମ୍ପନ ଅନୁଭୂତ ହୋଇଥିଲା। କିଛି ସମୟ ପରେ, ଏହି ସ୍ଥାନଗୁଡିକରେ ଭୂକମ୍ପର ପର ସ୍ଥିତି ମଧ୍ୟ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୯ ରେ ମାପ କରାଯାଇଥିଲା ।

ମରକ୍କୋର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଭୂକମ୍ପରେ ସବୁଠାରୁ ବଡ କ୍ଷତି ସହର ବାହାରେ ଥିବା ପୁରୁଣା ବସ୍ତିରେ ଘଟିଛି । ମରକ୍କୋର ଅନେକ ନାଗରିକ ସୋସିଆଲ ମିଡିଆରେ ଏହା ସହ ଜଡିତ ଭିଡିଓ ଏବଂ ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ କୋଠାଗୁଡ଼ିକ ଭାଙ୍ଗିବା ପରେ ଧୂଳିର ମେଘରେ ପରିଣତ ହେବାର ଦେଖାଯାଏ ।

ବିଶେଷକରି ମର୍କେଶ ସହର ଯାହା ୟୁନେସ୍କୋରୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି । ଏଠାରେ ଅନେକ ପର୍ଯ୍ୟଟକ ଭୂକମ୍ପ ପରେ ନିଜ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିବା ଲୋକଙ୍କ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଘଟଣା ପରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+