ଜମ୍ମୁ-କଶ୍ମୀରରେ ଭୂକମ୍ପ,ରିକ୍ଟର ସ୍କେଲରେ ୪.୧ ରେକର୍ଡ

ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୧ ରହିଛି । ସୂଚନା ମୁତାବକ, ଭୂକମ୍ପ ଯୋଗୁଁ ଏଯାଏଁ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ । ଭୂକମ୍ପର କେନ୍ଦ୍ର ୫ କିମି ଗଭୀରତା ଜଣାପଡିଛି । ଜମ୍ମୁ କଶ୍ମୀର ସହିତ ହିମାଚଳ ପ୍ରଦେଶ ଧର୍ମଶାଳା ସହରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଶନିବାର ସକାଳ ସମୟରେ ଡୋଡା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ଆସିବା ପରେ ଉଦ୍ଧାରକାରୀ ଦଳ ସ୍ଥିତି ଉପରେ ନଜର ରଖିଛି । ଲୋକଙ୍କୁ ସତର୍କ ରହିବାକୁ ଅପିଲ କରାଯାଇଛି । କୌଣସି ଜରୁରୀ ସ୍ଥିତିରୁ ମୁକୁଳିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।

Earthquake

ଗତ ମାସ ୨୮ ଜୁନରେ ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୬ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୯ କିମି ଗଭୀରତାରେ ରହିଥିଲା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିଲା । ତେବେ ଗତ ୧୪ ଦିନରେ ଦିଲ୍ଲୀ ଏନସିଆରରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଗତ ୧୪ ଦିନ ଭିତରେ ୫ ଥର ଭୂକମ୍ପ ଝଟକା ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+