Delhi Earthquake: ଦିଲ୍ଲୀରେ ଭୂକମ୍ପ, ସତର୍କ ରହିବା ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଭୂମିକମ୍ପ: ସୋମବାର ସକାଳୁ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଭୂମିକମ୍ପ ସକାଳ ୫:୩୬ ରେ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ରେକର୍ଡ କରାଯାଇଥିଲା । ଦିଲ୍ଲୀ, ନୋଏଡା, ଇନ୍ଦିରାପୁରମ ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ନେଇ ସୂଚନା । ଭୂକମ୍ପ ଝଟକା ପରେ ଲୋକେ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

Delhi Earthquake

ଭୂମିକମ୍ପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି । ମୋଦି କହିଛନ୍ତି, ଶାନ୍ତ ରହୁନ୍ତୁ ଏବଂ ଭୂମିକମ୍ପ ପ୍ରତି ସତର୍କ ରୁହନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି , "ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ସମସ୍ତଙ୍କୁ ଶାନ୍ତ ରହିବା, ସୁରକ୍ଷା ସତର୍କତା ପାଳନ କରିବା ଏବଂ ସମ୍ଭାବ୍ୟ ଭୂମିକମ୍ପ ପାଇଁ ସତର୍କ ରୁହନ୍ତୁ । କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+