୩ ଘଣ୍ଟାରେ ୪ ଦେଶରେ ଭୂମିକମ୍ପ

Earthquake In Nepal: ୩ ଘଣ୍ଟା ମଧ୍ୟରେ ୪ ଦେଶରେ ଭୂମିକମ୍ପ ଝଟକା ଅନୁଭୂତ । ଶୁକ୍ରବାର ସକାଳେ ନେପାଳରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ବିହାର, ସିଲିଗୁଡ଼ି ଏବଂ ଭାରତର ଅନେକ ପଡ଼ୋଶୀ ଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିବାର ଦେଖିବା ପାଇଁ ମିଳିଥିଲା । ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ନିଶ୍ଚିତ କରିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁରୁ ପ୍ରାୟ 65 କିଲୋମିଟର ପୂର୍ବରେ ସିନ୍ଧୁପାଲଚୌକ ଜିଲ୍ଲାର ଭୈରବକୁଣ୍ଡରେ ।

ସ୍ଥାନୀୟ ସମୟ ରାତି ୨:୫୧ ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଶୁକ୍ରବାରର ଭୂମିକମ୍ପର ପ୍ରଭାବରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବା ପାଇଁ ମିଳିଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଆକଳନ କରାଯାଇ ନାହିଁ ।

ସୋସିଆଲ ମିଡିଆରେ ଭୂକମ୍ପର ଅନେକ ଭିଡିଓ ଭାଇରାଲ ହେଉଛି କେଉଁଠି କୋଠା ଏବଂ ସିଲିଂ ଫ୍ୟାନ୍ ଥରୁଥିବାର ଦେଖିବା ପାଇଁ ମିଳୁଛି ତ କେଉଁ ଲୋକେ ଭୟରେ ଘରୁ ବାହାରି ଆସିବାର ଭିଡିଓ ଦେଖିବା ପାଇଁ ମିଳୁଛି । ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ବଡ଼ କ୍ଷତିର ରିପୋର୍ଟ ପ୍ରକାଶ ପାଇ ନାହିଁ ।

ତେବେ ପାକିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାରି ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଯାହାର କେନ୍ଦ୍ରସ୍ଥଳ ପାକିସ୍ତାନ ବୋଲି ସୂଚନା ରହିଛି । ଶୁକ୍ରବାର ସକାଳ ପ୍ରାୟ ୫:୧୪ ସମୟରେ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା। ୨୦୧୫ରେ, ନେପାଳରେ ୭.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୯,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଦଶ ଲକ୍ଷରୁ ଅଧିକ କୋଠା ବୁସୁଡି ପଡିଥିଲା । ଭୂକମ୍ପ ହୋଇଥିବା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କ ରହିବା ପାଇଁ ପରମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+