ପୁଣି ନେପାଳରେ ଭୂକମ୍ପ, ଥରିଲା ଭାରତ
Earthquake Hits Nepal: ପୁଣି ନେପାଳରେ ଭୂକମ୍ପ, ସେହିପରି ଚୀନ ସମେତ ଉତ୍ତର ଭାରତର କିଛି କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି ।ନେପାଳରେ ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି ସେହିପରି ଚୀନ ତିଦ୍ଦତରେ ଭୂମିକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ବିହାର, ଆସାମ, ଦିଲ୍ଲୀ NCR ସମେତ ଉତ୍ତର ଭାରତର କିଛି କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସେହିପରି ନେପାଳ ଲୋବୁଚେ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ ।

କିଛି ଦିନ ପୂର୍ବରୁ ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଗତ ଥର ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ହୋଇଥିବା ବେଳେ ମାସକ ମଧ୍ୟରେ ଏହା ତୃତୀୟ ଥର ପାଇଁ ନେପାଳରେ ଭୂକମ୍ପ ହୋଇଛି । ବାରମ୍ବାର ଭୂକମ୍ପ ନେଇ ନେପାଳ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।












Click it and Unblock the Notifications