ବାତ୍ୟା ବିପର୍ଯୟ ପୂର୍ବରୁ ଭୂମିକମ୍ପରେ ଥରିଲା ଗୁଜରାଟ, ରିକ୍ଟର ସ୍କେଲରେ ତୀବ୍ରତା ୩.୫
ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳକୁ ବାତ୍ୟା ବିପର୍ଯୟ ନିକଟତର ହେଉଥିବା ବେଳେ ରାଜ୍ୟରେ ଭୂମିକମ୍ପର ଝଟକା ଲାଗିଛି । ଆଜି ବୁଧବାର ସନ୍ଧ୍ୟାରେ ଗୁଜୁରାଟର କଚ୍ଛ ଜିଲ୍ଲାରେ ୩.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ତେବେ ଏଥିରେ ସମ୍ପତ୍ତି କିମ୍ବା ଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂମିକମ୍ପର କେନ୍ଦ୍ର ଭାଚଉ ଠାରୁ ୫କିମି ଦକ୍ଷିଣ ପଶ୍ଚିମରେ ରହିଛି। ଏହା ପୂର୍ବରୁ ସନ୍ଧ୍ୟା ୪.୧୫ରେ ଜମ୍ମୁ କାଶ୍ମୀରର କିଶ୍ତଓ୍ବାଡ଼ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଝଟକାର ତୀବ୍ରତା ୩.୪ ରହିଛି।
ସେପଟେ ଗୁଜରାଟରେ ବାତ୍ୟା ବିପର୍ଯୟ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଦ୍ରୁତ ଗତିରେ ଗୁଜରାଟ ଆଡ଼କୁ ମୁହାଁଉଛି ବାତ୍ୟା। ବାତ୍ୟାକୁ ନେଇ ଗୁଜରାଟରୁ ନେଇ ମହାରାଷ୍ଟ୍ର ପର୍ଯ୍ୟନ୍ତ ଚେତାବନୀ ଜାରି କରାଯାଇଛି। ଗୁଜରାଟର ଅନେକ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। ବାତ୍ୟା ଗୁରୁବାର ଲ୍ୟାଣ୍ଡ ଫଲ୍ କରିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ବାତ୍ୟା ପାଇଁ ଏନଡିଆରଏଫ୍ର ୧୭ଟି ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନୁକ ସ୍ତାନାନ୍ତର କରାଯାଇଛି। ୬୯ଟି ଟ୍ରେନ୍ ବାତିଲ୍ ହୋଇଛି ।












Click it and Unblock the Notifications