Earthquaqe: ସକାଳୁ ସକାଳୁ ଥରିଲା ଦିଲ୍ଲୀ; ରାଜଧାନୀକୁ ଲାଗିଲା ଭୂକମ୍ପର ଝଟକା
ଦିଲ୍ଲୀକୁ ଲାଗିଲା ଭୂକମ୍ପର ଝଟକା । ବଡ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଝାଜର ।
ତେବେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି ଭକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଲା ଦିଲ୍ଲୀ । ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ଲୋକେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନି ।

ୟୁପି ଗାଜିଆବାଦରେ ବି ଲାଗିଛି ଭୂକମ୍ପର ଝଟକା । ଜଣେ ଦୋକାନୀଙ୍କ କହିବା କଥା, ସେ ଦୋକାନରେ ଥିଲେ, କିଛି ସମୟ ପାଇଁ ଦୋକାନ ପୂରା ଦୋହଲିବାକୁ ଲାଗିଲା ଆଉ ସେ ଡରିଯାଇ ବାହାରକୁ ବାହାରି ଆସିଲେ । ଅନ୍ୟ ଜଣେ କହିଛନ୍ତି ଆମେ ନିଦରୁ ଉଠିବା କ୍ଷଣି ହିଁ ଖଟ ସହ ଦୋହଲିବାକୁ ଲାଗିଲୁ ।
ଆଜି ଦିଲ୍ଲୀ ଏନସିଆରକୁ ଲାଗିଛି ଭୂକମ୍ପର ଝଟକା । ବଡ ଧରଣର ଭୂକମ୍ପରେ ଦୋହଲିଲା ଦିଲ୍ଲୀ । ସକାଳୁ ସକାଳୁ ଥରିଲା ଭାରତର ରାଜଧାନୀ । ସକାଳ ୯ଟା ୪ରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରହିଛି ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଝାଜର ରହିଛି । ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି ଭକମ୍ପ । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଛି ମାଟି, ସକାଳୁ ସକାଳୁ ଭୂକମ୍ପରେ ଭୟଭୀତ ଅଛନ୍ତି ଲୋକେ ।












Click it and Unblock the Notifications