ପାକିସ୍ତନ ସହ ସିନ୍ଧୁ ଜଳ ଚୁକ୍ତି ଉପରେ ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ବର୍ତ୍ତମାନ.....
ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରେ ପାକିସ୍ତାନ ସହିତ ସିନ୍ଧୁ ଜଳ ରାଜିନାମା ନେଇ ଆଲୋଚନା ହେବାର ନାହିଁ। ଏହାକୁ ସ୍ଥଗିତ ରଖାଯିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସଂସଦରେ ମନ୍ତବ୍ୟ ଦେଇ ଜଳ ଏବଂ ରକ୍ତ ଏକାଠି ବହିବ ନାହିଁ ବୋଲି ଜୟଶଙ୍କର କହିବା ସହିତ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି।
ସିନ୍ଧୁ ଜଳ ରାଜିନାମା ପୁନର୍ବାର କାର୍ଯ୍ୟକାରୀ କରିବାକୁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ବହୁ ଉଦ୍ୟମ କରୁଥିବାବେଳେ ତାହାକୁ ଭାରତ ନିଷ୍ଫଳ କରିଦେଇଛି। ଏହା ସହିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)କୁ ବିଶ୍ଵ ଆତଙ୍କବାଦୀ ସଂଗଠନ ତାଲିକାରେ ସ୍ଥାନିତ କରିବାରେ ଭାରତ ସଫଳ ହୋଇଛି ବୋଲି ସେ କହିଛନ୍ତି।

ଜୟଶଙ୍କର ହାହୁରି କହିଥିଲେ, ଅପରେସନ ସିନ୍ଦୂର ଯେତେବେଳେ ଆରମ୍ଭ ହେଲା ସେତେବେଳେ ଅନେକ ଦେଶ ଆମ ସହିତ ସମ୍ପର୍କରେ ଥିଲେ। ପରିସ୍ଥିତି କେତେ ଗମ୍ଭୀର ହେବାକୁ ଯାଉଛି ଏବଂ କେତେଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ତାହା ସେମାନେ ଅନୁଧ୍ୟାନ କରୁଥିଲେ। ଆମେ ସମସ୍ତ ଦେଶକୁ ଗୋଟିଏ ବାର୍ତ୍ତା ପଠାଇଥିଲୁ ଯେ, ଆମେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ନାହୁଁ। ଭାରତ ଏବଂ ପାକିସ୍ତାନ ଭିତରେ ଯାହା ବି ହେବ ତାହା ଦ୍ଵିପାକ୍ଷିକ ହେବ। ପାକିସ୍ତାନ ଆକ୍ରମଣର ଆମେ ଜବାବ ଦେଉଛୁ।
ଯଦି ଯୁଦ୍ଧ ବନ୍ଦ ହେବାର ଅଛି, ତେବେ ପାକିସ୍ତାନକୁ ଆମକୁ ଅନୁରୋଧ କରିବାକୁ ପଡ଼ିବ। ତାହା କେବଳ ଡିଜିଏମଓ ସ୍ତରରେ। ଯଦି ଡିଜିଏଓ ଯୁଦ୍ଧବିରତି ପାଇଁ ଅନୁରୋଧ କରିବେ ତେବେ ଭାରତ ଆକ୍ରମଣ ବନ୍ଦ କରିବ ବୋଲି ଆମେ ସମସ୍ତ ଦେଶକୁ ବାର୍ତ୍ତା ପଠାଇଥିବା ଜୟଶଙ୍କର କହିଥିଲେ।












Click it and Unblock the Notifications