Get Updates
Get notified of breaking news, exclusive insights, and must-see stories!

'ଭାରତରେ ବ୍ୟବସାୟ କରିବାକୁ ଚାହୁଁଥିବା ଜର୍ମାନ କମ୍ପାନୀଗୁଡ଼ିକ ପ୍ରତି ଦିଆଯିବ ସ୍ୱତନ୍ତ୍ର ଧ୍ୟାନ'

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ତାଙ୍କର ଜର୍ମାନ୍‍ ପ୍ରତିପକ୍ଷ ଜୋହାନ୍‍ ଡେଭିଡ୍‍ ୱାଡେଫୁଲ୍‍ଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଫଳପ୍ରଦ ଆଲୋଚନା କରିଛନ୍ତି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ପକ୍ଷ ରାଜନୈତିକ ସହଯୋଗ, ସୁରକ୍ଷା, ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନ, ଭବିଷ୍ୟତ ବୈଷୟିକ ଜ୍ଞାନକୌଶଳ ଏବଂ ଜନସମ୍ପର୍କ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ।

ଏତଦ୍‍ବ୍ୟତୀତ ଭାରତଜର୍ମାନ ସହିତ ୟୁରୋପୀୟ ସଂଘର ସମ୍ପର୍କ ପ୍ରସଙ୍ଗରେ ମଧ୍ୟ ଉଭୟ ଆଲୋଚନା କରିଛନ୍ତି । ପରେ ଜର୍ମାନ ପ୍ରତିପକ୍ଷଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବିଭିନ୍ନ ଆଞ୍ଚଳିକ, ବୈଶ୍ୱିକ ତଥା ବିବିଧ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇକୁ ଜର୍ମାନ ସମ୍ମାନ ପ୍ରଦର୍ଶନ କରିଥିବାରୁ ଡକ୍ଟର ଜୟଶଙ୍କର ଏହାର ପ୍ରଶଂସା କରିଛନ୍ତି ।

ସେକହିଛନ୍ତି, ଆତଙ୍କବାଦ ଆକ୍ରମଣ ବିପକ୍ଷରେ ନିଜକୁ ରକ୍ଷା କରିବା ଲାଗି ଭାରତର ଅଧିକାରକୁ ଶ୍ରୀ ୱାଡେଫୁଲ୍‍ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି । ଭାରତଜର୍ମାନ ମଧ୍ୟରେ ଦ୍ୱିପାକ୍ଷୀୟ ବାଣିଜ୍ୟ କାରବାର ଗତବର୍ଷ ପ୍ରାୟ ୫୦ ବିଲିୟନ୍‍ ୟୁରୋ ସ୍ପର୍ଶ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି । ଆଗାମୀ ଦିନରେ ଏହି ପରିମାଣକୁ ଦ୍ୱିଗୁଣିତ କରିବା ଲାଗି ସାମର୍ଥ୍ୟ ଥିବା ସମ୍ପର୍କରେ ତାଙ୍କ ଜର୍ମାନ୍‍ ପ୍ରତିପକ୍ଷ ସମ୍ପୂର୍ଣ୍ଣ ଆଶାବାଦୀ ବୋଲି ସେ କହିଛନ୍ତି । ଦେଶରେ ବ୍ୟାବସାୟ କରିବା ପ୍ରକ୍ରିୟାକୁ ଅଧିକ ସରଳୀକରଣ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଭାରତରେ ବ୍ୟବସାୟ କରିବାକୁ ଚାହୁଁଥିବା ଜର୍ମାନ କମ୍ପାନୀ ଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଡକ୍ଟର ଜୟଶଙ୍କର ପ୍ରତିଶ୍ରୁତି ଦେଇଛନ୍ତି । ଭାରତ-ଜର୍ମାନ ମଧ୍ୟରେ ବୈଜ୍ଞାନିକ ସହଯୋଗର ୫୦ ବର୍ଷ ପୂର୍ତ୍ତି ଉପରେ ଆଲୋକପାତ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଦୁଇ ଦେଶର ଶିଳ୍ପାନୁଷ୍ଠାନ ଅଧିକ ନିକଟତର ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଦୁଇ ଦେଶ ମଧ୍ୟରେ ମହାକାଶ କ୍ଷେତ୍ର, ସବୁଜ ହାଇଡ୍ରୋଜେନ୍‍, ସବୁଜ ଶକ୍ତି ଓ ଜୈବ ଇନ୍ଧନ ଭଳି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଶ୍ରୀ ୱାଡେଫୁଲ୍‍ ଭାରତକୁ ଏକ ଅଭିନବ ବୈଷୟିକ ଜ୍ଞାନକୌଶଳ ତଥା ଶକ୍ତି କେନ୍ଦ୍ର ଭାବେ ଅଭିହିତ କରିଛନ୍ତି । ଅର୍ଥନୀତି ସମେତ ବିଭିନ୍ନ କ୍ଷେତ୍ରରେ ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ।

Jaishankar

ଦୁଇ ଦେଶ ମଧ୍ୟରେ ଅର୍ଥନୀତି ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯିବା ଦ୍ୱାରା ଉଭୟ ଦେଶ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି । ସନ୍ତ୍ରାସବାଦ ବିରୁଦ୍ଧରେ ଭାରତ ନିଜର ରକ୍ଷା ଲାଗି ନେଉଥିବା ପ୍ରତିଟି ପଦକ୍ଷେପକୁ ଜର୍ମାନ୍‍ ନିରନ୍ତର ଭାବେ ସମର୍ଥନ ଦେଇ ଆସୁଛି ବୋଲି ଶ୍ରୀ ୱାଡେଫୁଲ୍‍ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+