ଅଜବ ! ନିଶା ଭାବେ କଣ୍ଡୋମର ହେଉଛି ବହୁଳ ବ୍ୟବହାର
କିନ୍ତୁ ନିଶା ପାଇଁ କେବେ କଣ୍ଡୋମ ବ୍ୟବହାର କରିବା କଥା ଶୁଣିଛନ୍ତି କି ? କେବେ ଶୁଣି ନଥିବେ । ଏଭଳି ଏକ ଅଜବ ନିଶା ପଶ୍ଚିମବଙ୍ଗର କିଛି ଯୁବକଙ୍କ ଭିତରେ ଦେଖିବାକୁ ମିଳିଛି ।
କୋଲକାତା: ଆଜିକାଲିର ଯୁବପିଢି ନିଶା ବ୍ୟବହାର କରିବା ସାଧାରଣ କଥା ପାଲଟିଗଲାଣି । ଯିଏ ଯେତେ ବାରଣ କଲେ ବି ଲୁଚି ଛପି ନିଶା ସେବନ କରୁଛନ୍ତି ପ୍ରାୟ ଯୁବକ-ଯୁବତୀ। ସିଗାରେଟ ଠାରୁ ଆରମ୍ଭ କରି ମଦ ପର୍ଯ୍ୟନ୍ତ ନିଶା କରୁଛନ୍ତି ବ୍ୟବହାର । କିଏ ନିଶା ପାଇଁ ଡ୍ରଗ୍ସ ମଦ ଖାଉଛି କିଏ ଗଞ୍ଜେଇ, ଚରଶ । କିନ୍ତୁ ନିଶା ପାଇଁ କେବେ କଣ୍ଡୋମ ବ୍ୟବହାର କରିବା କଥା ଶୁଣିଛନ୍ତି କି ? କେବେ ଶୁଣି ନଥିବେ । ଏଭଳି ଏକ ଅଜବ ନିଶା ପଶ୍ଚିମବଙ୍ଗର କିଛି ଯୁବକଙ୍କ ଭିତରେ ଦେଖିବାକୁ ମିଳିଛି ।

ତେବେ ଲୋକଙ୍କ କହିବା ଅନୁସାରେ, କଣ୍ଡୋମରେ ସୁଗନ୍ଧିତ ଡେନଡ୍ରାଇଟ ପଦାର୍ଥ ରହିଥାଏ । ଏହା ମଦ ତିଆରିରେ ମଧ୍ୟ ବ୍ୟବହୃତ ହୋଇଥାଏ । ଅଧିକାଂଶ ଲୋକେ ଡେନଡ୍ରାଇଟକୁ ନିଶାଦ୍ରବ୍ୟ ଭାବେ ଗ୍ରହଣ କରନ୍ତି । ତେଣୁ ଏହି କଣ୍ଡୋମ କିଣି ଏହାର ପାଣି ପିଇବା ଦ୍ବାରା ନିଶା ଭଳି କାମ କରିଥାଏ ବୋଲି କୁହାଯାଉଛି। ବିଶେଷକରି ସହରର ସିଟି ସେଣ୍ଟର, ବିଧାନନଗର, ବେନାଚିଟି, ମୂଚିପାରା, ସି ଜୋନ ଆଦି ଅଞ୍ଚଳରେ କଣ୍ଡୋମ ବିକ୍ରି ପ୍ରଚୁର ପରିମାଣରେ ହେଉଛି।
ଆଲଫା ୱାନ୍ ଆଣ୍ଡ୍ରୋଲୋଜି ଗ୍ରୁପର ରିକନକ୍ଚ୍ୟୁସନାଲ୍ ପ୍ଲାଷ୍ଟିକ୍ ସର୍ଜନ ଏବଂ ଆଣ୍ଡ୍ରୋଲୋଜିଷ୍ଟ ଡକ୍ଟର ଅନୁପ ଧିର କହିଛନ୍ତି ଯେ, ସ୍ୱାଦଯୁକ୍ତ କଣ୍ଡୋମ୍ ଓରାଲ ସେକ୍ସ ପାଇଁ ଉଦ୍ଦିଷ୍ଟ । ସେ କହିଛନ୍ତି ଯେ ଏହି ବସ୍ତୁଗୁଡ଼ିକର ଅଠା ରହିଛି ଯାହା ଦ୍ବାରା ନିଶା ମଧ୍ୟ ହୋଇଥାଏ। ଅଠାରେ ଥିବା ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଦ୍ୱାରା ଏକ ଆରିଥମିଆ ହୋଇପାରେ । କେତେକ କ୍ଷେତ୍ରରେ ଅସ୍ୱାଭାବିକ ଭାବେ କେହି ହାର୍ଟ ଫେଲର ଶିକାର ହୋଇପାରେ ।












Click it and Unblock the Notifications