ପଶ୍ଚିମବଙ୍ଗ ଗଣଦୁଷ୍କର୍ମ: ଧରାପଡ଼ିଲା ୪ର୍ଥ ଅଭିଯୁକ୍ତ
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ୪ର୍ଥ ଅଭିଯୁକ୍ତ ଧରାପଡ଼ିଛି। ତା' ନାଁ ହେଉଛି ଶେଖ ନାସିରୁଦ୍ଦିନ ଓ ଘର ଦୁର୍ଗାପୁର ଅଞ୍ଚଳରେ। ସ୍ଥାନୀୟ ବିଯଡ଼ା ଗ୍ରାମରୁ ପୁଲିସ ତା'କୁ ଧରିଛି। ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୁଇ ଜଣ ଫେରାର ଥିଲାବେଳେ ନାସିରୁଦ୍ଦିନକୁ ପୁଲିସ ଗିରଫ କରିଛି। ତା'ଠାରୁ ପୀଡ଼ିତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଶଫିକୁଲ ଶେଖ ଏବେ ବି ଫେରାର ରହିଛି। ତା'କୁ ଗିରଫ କରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ସୂଚନା ମୂତାବକ, ପୀଡ଼ିତା ଛାତ୍ରୀ ଜଣକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର । ସେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍ବିବିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ । ଏହି ଘଟଣା ମେଡିକାଲ କଲେଜ କ୍ୟାମ୍ପସ ବାହାରେ ଘଟିଛି ଏବଂ ପୀଡ଼ିତା ହସ୍ପିଟାଲ ଆଇସିୟୁରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଶୁକ୍ରବାର ରାତି ପ୍ରାୟ ୮ଟା ୩୦ରୁ ୯ଟା ମଧ୍ୟରେ ଛାତ୍ରୀ ଜଣକ ଜଣେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ ବାହାରକୁ ଖାଇବାକୁ ଯାଇଥିଲେ ।
ସେଠାରୁ ରାତି ପ୍ରାୟ ୧୦ଟା ବେଳେ ଫେରୁଥିବା ବେଳେ ବାଟରେ ୩ଜଣ ଲୋକ ଅଟକାଇଥିଲେ । ପୁରୁଷ ବନ୍ଧୁ ଜଣକ ଛାତ୍ରୀଙ୍କୁ ସେଠାରେ ଛାଡ଼ି ଦୌଡ଼ି ପଳାଇଥିଲେ । ଅଭିଯୁକ୍ତମାନେ ଛାତ୍ରୀଙ୍କ ଠାରୁ ମୋବାଇଲ ଫୋନ୍ ଓ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ । ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ୍ରେ ଅଭିଯୋଗ କଲେ ପରିଣତି ଭୟାବହ ହେବ ବୋଲି ଧମକ ଦେଇ ସେଠାରୁ ପଳାଇଥିଲେ ।

ସେପଟେ ପୀଡ଼ିତାଙ୍କ ପରିବାର ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫୋନ୍ରେ କଥା ହୋଇ ପରିବାରକୁ ସମବେଦନା ଜଣାଇଛନ୍ତି । ରାଜ୍ୟସରକାର ସମସ୍ତ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications