କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଆମଦାନୀ ପରିବର୍ତ୍ତେ ପ୍ରତିରକ୍ଷା ରପ୍ତାନୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି ଭାରତ

ସେବା ଏବଂ ସୁଶାସନ ଅର୍ଥାତ୍‍ ଜନସେବା ଓ ସୁଶାସନର ମନ୍ତ୍ରଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ ପ୍ରତିରକ୍ଷା ଉତ୍କର୍ଷତା ପାଇଁ କିଭଳି ଭାରତର ପ୍ରତିରକ୍ଷା ନବସୃଜନ ଆଜି ବିଶ୍ୱସ୍ତରୀୟ ହୋଇପାରିଛି ଏବଂ ଭାରତ ଆମଦାନୀ ବଦଳରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ଦେଶ ଭାବେ ପରିଗଣିତ ହୋଇଛି ।

ନରେନ୍ଦ୍ର ମୋଦୀ ସରକାର ଗତ ୧୧ ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ପ୍ରତିରକ୍ଷା ଉତ୍କର୍ଷତା ପାଇଁ ୨୦୧୮ରେ ଆରମ୍ଭ କରାଯାଇଥିବା ଆଇ-ଡେକ୍ସ ଉଦ୍ୟମ ଦେଶରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଇକୋସିଷ୍ଟମ୍‍ ସୃଷ୍ଟି କରିବା ସହିତ ନବସୃଜନକୁ ପ୍ରୋତ୍ସାହିତ କରୁଛି। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶକୁ ଉତ୍ସାହିତ କରିବା ଲାଗି ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ, ଷ୍ଟାର୍ଟଅପ୍‍ ଗୁଡ଼ିକୁ ସରକାର ସୁଯୋଗ ପ୍ରଦାନ କରିଛନ୍ତି ।

narendra modi

ପ୍ରଧାନମନ୍ତ୍ରୀ ମହାବଳିପୁରମ୍‍ରେ ପ୍ରତିରକ୍ଷା ସମ୍ମିଳନୀ ଉଦ୍‍ଘାଟନ କରି ଏବଂ ଆଇ-ଡେକ୍ସ ମାଧ୍ୟମରେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ବୃଦ୍ଧି ନିମନ୍ତେ ସରକାର ୧ କୋଟି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରିବା ସହ ଏମ୍‍ଏସ୍‍ଏମ୍‍ଇ, ଷ୍ଟାର୍ଟଅପ୍‍ ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ ଗୁଡ଼ିକୁ ଏ କ୍ଷେତ୍ରରେ ସମର୍ଥନ କରିଛନ୍ତି ।

ପ୍ରତିରକ୍ଷା ବିଭାଗ ଆଇ-ଡେକ୍ସ ସମର୍ଥିତ ଷ୍ଟାର୍ଟଅପ୍‍ ଏବଂ ଏମ୍‍ଏସ୍‍ଏମ୍‍ଇ ଠାରୁ ୨ହଜାର ୪୦୦ କୋଟିରୁ ଅଧିକ ଟଙ୍କାର ୪୩ଟି ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଛି । ପ୍ରାୟ ୬୧୯ଟି ଷ୍ଟାର୍ଟଅପ୍‍ ଏବଂ ଏମ୍‍ଏସ୍‍ଏମ୍‍ଇ ସହିତ ୪୩୦ଟି ଆଇ-ଡେକ୍ସ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଗତ କିଛିବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତରେ ପ୍ରତିରକ୍ଷାକୁ ଆତ୍ମନିର୍ଭରଶୀଳ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+