ଅମିତ ଶାହାଙ୍କ ଉଦ୍ୟମ ଯୋଗୁଁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି: ରାମଦାସ ଆଠୱାଲେ

ଶ୍ରୀନଗର: ଜମ୍ମୁ କାଶ୍ମରରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଠାରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ଆଜି ଏହି କେନ୍ଦ୍ର ଶାସିତ ଅଞ୍ଚଳର ୨୬ଟି ନିର୍ବାଚନ ମଣ୍ଡଳୀରେ ଭୋଟରମାନେ ଉଚ୍ଚ ସୁରକ୍ଷା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟୟରେ ଭୋଟ୍ ଦେଉଛନ୍ତି। ୨୩୮ ପ୍ରାର୍ଥୀଙ୍କ ମଧ୍ୟରେ ଏହି ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅନ୍ୟତମ ବରିଷ୍ଠ ନେତା ଭାବେ ରହିଛି। ଆଜି ହିଁ ହେବ ତାଙ୍କର ଭାଗ୍ୟ ପରୀକ୍ଷା।

amit shah

ନିର୍ବାଚନ କମିଶନ ୩,୫୦୨ଟି ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ସେଥିରୁ ୧,୦୫୬ଟି ସହରାଞ୍ଚଳରେ ହୋଇଥିବାବେଳେ ୨,୪୪୬ଟି ଗ୍ରାମାଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ପାଇଁ ସବୁ ବୁଥ୍‌ରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍‌କୁ ଆସି ମତଦାନ କରିବେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫୭ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର କରାଯାଇଛି।

୨୬ଟି ପିଙ୍କ୍ ବୁଥ୍‌କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ। ୩୧ଟି ସୀମାନ୍ତ ପୋଲିଂ ଷ୍ଟେଶନ ହୋଇଥିବାବେଳେ ୨୬ଟି ଗ୍ରୀନ୍ ଏବଂ ୨୨ଟି ଅନନ୍ୟ ପୋଲିଂ ଷ୍ଟେଶନ ଖୋଲାଯାଇଛି। ମତଦାନ ସକାଳ ୭ରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ଜାମ୍ମୁ କାଶ୍ମୀର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି, "ବହୁତ ଭଲ କଥା ଯେ ଲୋକମାନେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ଯୋଗୁଁ ବିଜେପି ଏହି ନିର୍ବାଚନରେ ବିଜୟୀ ହେବ ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏହି ଉଦ୍ୟମ ଯୋଗୁଁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+