Get Updates
Get notified of breaking news, exclusive insights, and must-see stories!

Uttarkashi Tunnel Rescue: ମାତ୍ର ୧୮ ହଜାର ପାଇଁ ଜୀବନକୁ ବାଜି ଲଗାଇ ପହଞ୍ଚିଥିଲେ ଟନେଲ୍ କାମ କରି

Uttrakhand Uttarkashi Tunnel Rescue: ଉତ୍ତରାଖଣ୍ତର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ଟନେଲରେ ଫସି ରହିଥିବା ସମସ୍ତ 41 ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଭେମ୍ବର 12 ତାରିଖ ଦିନ ସକାଳୁ ଘଟିଥିବା ଏହି ଦୁର୍ଘଟଣାରେ ଦେଶର ବିଭିନ୍ନ ସ୍ଥାନର 41 ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଥିଲେ। 17 ଦିନର କଠିନ ପରିଶ୍ରମ ପରେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଛି । ହେଲେ 17 ଦିନ ଶ୍ରମିକଙ୍କ ଟନେଲ୍ ଭିତେରେ ଜୀବନ-ମୃତ୍ୟୁ ମଧ୍ୟରେ ସଙ୍ଘର୍ଷ କରୁଥିଲେ, ସେହିପରି ବାହେର ପରିବାର ଲୋକେ ମଧ୍ୟ ଖୁବ୍ କଷ୍ଟରେ ଦିନ କାଟୁଥିଲେ । ଦାରିଦ୍ରତା ହେତୁ ଏହି ସମସ୍ତ ଶ୍ରମିକ ନିଜ ଘର ଓ ପରିବାର ଛାଡି ଟନେଲରେ କାମ କରିବାକୁ ପହଞ୍ଚିଥିଲେ ।

ଚାର ଧାମ ଜାତୀୟ ରାଜପଥ ପ୍ରକଳ୍ପ ଉତ୍ତରାଖଣ୍ତରେ ଜାରି ରହିଛି । ସିଲକ୍ୟାରା ଟନେଲ୍ ମଧ୍ୟ ଏହି 1.5 ବିଲିୟନ ଡଲାର ପ୍ରକଳ୍ପର ଏକ ଅଂଶ । 12 ନଭେମ୍ବର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଟନେଲ ଭିତରେ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଅଳିଆ ଆବର୍ଜନା ଭର୍ତ୍ତି ହୋଇଯାଇଥିଲା । ଟନେଲ ମଧ୍ୟରେ କାର୍ଯ୍ୟ କରୁଥିବା 41 ଜଣ ଶ୍ରମିକଙ୍କର ବାହାରକୁ ବାହାରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଭିତରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। 17 ଦିନ ଧରି ଏହି ଶ୍ରମିକମାନେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଙ୍ଘର୍ଷ କରୁଥିଲେ । ସାରା ଦେଶ ତାଙ୍କ ପାଇଁ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲା ସେହିପରି ପ୍ରସାଶନ ପକ୍ଷରୁ ମଧ୍ୟ ଶ୍ରମିକଙ୍କୁ ବାହାରକୁ କାଢିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଥିଲା ।

 Uttrakhand

ତେବେ କାହାର ପୁଅ ଏହି ଟନେଲରେ ଫସି ରହିଥିଲା ତ କାହାର ସ୍ୱାମୀ, କାହାର ପିତା । ଦୁର୍ଘଟଣା ବିଷୟରେ ଜାଣିବା ମାତ୍ରେ ସମସ୍ତେ ନିଜ ପରିବାର ପାଖରେ ପହଞ୍ଚିବାକୁ ଚେଷ୍ଚା କରିଥିଲେ। ହେଲେ ବାଧକ ସାଜିଥିଲା ଅର୍ଥ ଶ୍ରମିକମାନଙ୍କ ପରିବାର ସଦସ୍ୟଙ୍କ ପାଖପେ ଉତ୍ତରାଖଣ୍ତର ଟିକେଟ୍ କିଣିବା ପାଇଁ ମଧ୍ୟ ଟଙ୍କା ଟିଏ ନଥିଲା । ଉତ୍ତରାଖଣ୍ଡରେ କିପରି ପହଞ୍ଚିବେ ତାହା ମଧ୍ୟ କେହି ଜାଣି ନଥିଲେ।

ଏବିପି ନ୍ୟୁଜ୍ ର ଏକ ରିପୋର୍ଟ ଅନୁଯାୟୀ, ଟନେଲ୍ ମଧ୍ୟରେ ଫସି ରହିଥିଲା ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ପରିବାର ଲୋକେ ସୁନା ଗହଣା ବିକ୍ରି କରିବା ପାଇଁ ମଧ୍ୟ ପଛାଇ ନଥିଲେ । ହେଲେ ସେମାନେ ଜାଣିନଥିଲେ କେବେ ସେ ନିଜ ଲୋକଙ୍କୁ କେତେ ବେଳେ ଦେଖିବେ ବା ଶ୍ରମିକ ମାନେ କେତେବେଳେ ଟନେଲ୍ ଭିତରୁ ବାହାରିବେ ।

ଏହି ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଲାଖୀପୁରରୁ ମଞ୍ଜିତ ମଧ୍ୟ ଥିଲେ। ପୁଅର ଟନେଲରେ ଫସି ରହିଥିବା ଖବର ବାପା (ଅଖିଳେଶ) ରେ ପହଞ୍ଚିବା ମାତ୍ରେ ସେ ନିଜ ପତ୍ନୀଙ୍କ ନାକ ଫୁଲ୍, ଆଙ୍କଲେଟ୍ ଏବଂ ଅନ୍ୟାନ୍ୟ ଅଳଙ୍କାର ବନ୍ଧା ପକାଇ 9,000 ସାଥିରେ ନେଇ ଟନେଲ୍ ନିକଟରେ ପହଞ୍ଚିଥିଲେ । ଅଖିଳେଶ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ତାଙ୍କ ପାଖରେ ମାତ୍ର 250 ଟଙ୍କା ବାକି ରହିଥିଲା । ମଞ୍ଜିତ ତାଙ୍କର ଦ୍ୱିତୀୟ ପୁତ୍ର। ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାରେ ବଡ ପୁଅ ଦୀପୁ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ସୁରକ୍ଷିତ ଭାବେ ଟନେଲରୁ ବାହାରିବା ପରେ ଅଖିଳେଶ ଦୀର୍ଘ ନିଶ୍ବାସ ନେଇଥିଲେ । ସେ କହିଛନ୍ତି ଯେ, ବର୍ତ୍ତମାନ ସେ ନିଜ ପୁଅକୁ ଆଉ ଟନେଲରେ କାମ କରିବାକୁ ପଠାଇବେ ନାହିଁ।

ଝାରଖଣ୍ତ ରାଞ୍ଚି ନିକଟରେ ରହୁଥିବା ଅନିଲଙ୍କ କାହାଣୀ ମଧ୍ୟ ସମାନ। ଅନିଲଙ୍କ ମା'କହିଛନ୍ତି ଯେ ତାଙ୍କ ପରିବାର ବହୁତ ଗରିବ। ଗାଁରେ ଏକ ମାଟି ଘର ଅଛି । ଦୁଃଖ କଷ୍ଟରେ ଦିନ କଟୁଥିଲା । ଦାରିଦ୍ର୍ୟରେ ଅସୁବିଧା ଭୋଗୁଥିବା ପୁଅ ମାତ୍ର 18 ହଜାର ଟଙ୍କା ପାଇଁ ଏପରି ବିପଦପୂର୍ଣ୍ଣ ଚାକିରି କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+