DSPଙ୍କୁ ନିର୍ମମ ହତ୍ୟା: ପରିବାରକୁ ଏକ କୋଟିର ଅନୁକମ୍ପା ଘୋଷଣା
ଏହାସହ ତାଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦାବି ହୋଇଥିବା ବେଳେ ବର୍ତ୍ତମାନ ହରିୟାଣା ସରକାର ସୁରେନ୍ଦ୍ରଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ମୃତ ଅଧିକାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଚାକିରି ମଧ୍ୟ ଯୋଗାଇ ଦେ
ଚଣ୍ଡିଗଡ: ବେଆଇନ ଖନନ ନେଇ କ୍ଷେତ୍ର ପରିଦର୍ଶନରେ ଯାଇଥିବା ମାଫିଆଙ୍କ ଦ୍ବାରା ହତ୍ୟାର ଶିକାର ହେଲେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇ । ତାଙ୍କର ହତ୍ୟା ନେଇ ଆଜି ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିଲା । ତେବେ ଜଣେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଏଭଳି ହତ୍ୟାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ତାଙ୍କ ହତ୍ୟାର ତଦନ୍ତ ପାଇଁ ଦାବି ହୋଇଛି ।

ଏହାସହ ତାଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦାବି ହୋଇଥିବା ବେଳେ ବର୍ତ୍ତମାନ ହରିୟାଣା ସରକାର ସୁରେନ୍ଦ୍ରଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହ ମୃତ ଅଧିକାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଚାକିରି ମଧ୍ୟ ଯୋଗାଇ ଦେବେ । ତେବେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟର ସୂଚନା ଦେଇଛନ୍ତି ।
ତେବେ ସୂଚନା ଅନୁସାରେ ଆଜି ହରିଆଣାର ନୂହଁ ଜିଲ୍ଲାରେ ଏକ ବେଆଇନ ପଥର ଖାଦାନ ଉପରେ ଚଢାଉ କରିବା ସମୟରେ ଅତିରିକ୍ତ ପୋଲିସ ଅଧୀକ୍ଷକ ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ଫର ଚଢାଇ ହତ୍ୟା କରିଥିଲେ ଖଣି ମାଫିଆ । ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରିରହିଛି । ଜଣେ ପୋଲିସ ଅଧିକାରୀଙ୍କୁ ଗାଡି ମଡାଇ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଆଲୋଡନର ବିଷୟ ହୋଇଛି । ଏପଟେ କଂଗ୍ରେସ ଏହି ଘଟଣାରେ ଚଣ୍ଡିଗଡ ହାଇକୋର୍ଟଙ୍କ ଏକ ଜଜ୍ ଙ୍କ ଅଧିନରେ ତଦନ୍ତ କରିବା ନେଇ ଦାବି କରିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications