ନିର୍ବାଚନ ପାଇଁ ଡ୍ରାଏ ଡେ': ଦିଲ୍ଲୀରେ ୪ଦିନ ବନ୍ଦ ରହିବ ମଦ
Delhi Election: ନିର୍ବାଚନ ପାଇଁ ଡ୍ରାଏ ଡେ'ଘୋଷଣା । ଫେବୃଆରୀ ମାସରେ ଦିଲ୍ଲୀରେ ଚାରି ଦିନ ପାଇଁ ବନ୍ଦ ରହିବ ସମସ୍ତ ମଦ ଦୋକାନ । ଦିଲ୍ଲୀ ସରକାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଫେବୃଆରୀ 3 ରୁ 5 ଏବଂ ଫେବୃଆରୀ 8 ପର୍ଯ୍ୟନ୍ତ ସହରର ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ଜାତୀୟ ରାଜଧାନୀରେ ମଦ ବିକୁ ଥିବା ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।
ଦିଲ୍ଲୀ ଅବକାରୀ କମିଶନରଙ୍କ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂ ଗଣନା ଦିନ ବିଭିନ୍ନ ଉତ୍ପାଦ ଲାଇସେନ୍ସ ପାଇଁ ଅବକାରୀ ନିୟମ-୨୦୧୦ ଅନୁଯାୟୀ ଡ୍ରାଏ ଡେ' ଘୋଷଣା କରାଯାଇଛି।

ଫେବୃଆରୀ 3 ତାରିଖ ସନ୍ଧ୍ୟା 6 ଟାରୁ ଫେବୃଆରୀ 5 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏବଂ ତା'ପରେ ଫେବୃଆରୀ 8 ତାରିଖ ଗଣନା ଦିନ ଏକ ଦିଲ୍ଲୀର ସମସ୍ତ ମଦ ଦୋକାନ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ଦିଲ୍ଲୀରେ ଡ୍ରାଏ ଡେ ସମୟରେ କୌଣସି ମଦ ଦୋକାନ ଖୋଲିବ ନାହିଁ। ଏହା ସହିତ, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଧ୍ୟ ମଦ ବିକ୍ରିରେ ରୋକ ଲାଗିବ । ସେହିପରି କ୍ଲବ୍ ଗୁଡିକରେ ମଧ୍ୟ ଉକ୍ତ ଦିନ ମଦ ବିକ୍ରି ହେବ ନାହିଁ ।
ସୂଚନାଥାଉ ଯେ, ଦିଲ୍ଲୀର ସମସ୍ତ 70ଟି ଆସନ ପାଇଁ ଫେବୃଆରୀ 5 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ଏବଂ ଫଳାଫଳ ଫେବୃଆରୀ 8 ତାରିଖରେ ଘୋଷଣା କରାଯିବ । ବିଧାନସଭା ନିର୍ବାଚନରେ ମୋଟ 699 ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୬ ଜଣ ମହିଳା ନିର୍ବାଚନ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।












Click it and Unblock the Notifications