କୁକୁର ଛୁଆର ଲାଞ୍ଜ ଓ କାନ କାଟି ଚାଖଣା କରି ଖାଇଦେଲା ମଦୁଆ

କୁକୁର ଛୁଆର ଲାଞ୍ଜ ଓ କାନ କାଟି ଚାଖଣା କରି ଖାଇଦେଲା ଜଣେ ମଦ୍ୟପ ବ୍ୟକ୍ତି । ଦୁଇଟି କୁକୁର ଛୁଆଙ୍କ ଲାଞ୍ଜ ଏବଂ କାନକୁ କାଟି ସେଥିରେ ଲୁଣ ଲଗାଇ ମଦ ସହ ଚାଖଣା କରି ଖାଇ ଦେଇଛି ମଦୁଆଟି । ଘଟଣା ଛଟିଛି ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ଫରିଦପୁର ଅଞ୍ଚଳର ଏସଡିଏମ କଲୋ

ଲକ୍ଷ୍ନୌ: କୁକୁର ଛୁଆର ଲାଞ୍ଜ ଓ କାନ କାଟି ଚାଖଣା କରି ଖାଇଦେଲା ଜଣେ ମଦ୍ୟପ ବ୍ୟକ୍ତି । ଦୁଇଟି କୁକୁର ଛୁଆଙ୍କ ଲାଞ୍ଜ ଏବଂ କାନକୁ କାଟି ସେଥିରେ ଲୁଣ ଲଗାଇ ମଦ ସହ ଚାଖଣା କରି ଖାଇ ଦେଇଛି ମଦୁଆଟି । ଘଟଣା ଛଟିଛି ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ଫରିଦପୁର ଅଞ୍ଚଳର ଏସଡିଏମ କଲୋନୀରେ ।

puppy

ମିଳିଥିବା ସୂଚନା ଅନୁଯାୟୀ, ମଦୁଆ ଜଣକ ଗୋଟିଏ କୁକୁର ଛୁଆର ଦୁଇଟି ଯାକ କାନ କାଟି ଦେଇଥିବା ବେଳେ ଅନ୍ୟଟିର ଲାଞ୍ଜକୁ ଅଧାରୁ କାଟି ଦେଇଛି। ଏପରି ଅମାବନୀୟ କାଣ୍ଡ ପରେ ଦୁଇଟି ଯାକ କୁକୁର ଛୁଆ ଭୟରେ ରାସ୍ତାରେ ଦୌଡ଼ିଥିଲେ। ରାସ୍ତାରେ ଉଭୟ ରକ୍ତାକ୍ତ ଅବସ୍ଥାରେ ବୁଲୁଥିବା ବେଳେ କିଛି ଲୋକ ଓ ସଂଗଠନ ସେମାନଙ୍କୁ ଉଦ୍ଧାର କରିଥିଲେ। ଏବେ ସେମାନଙ୍କ ଚିକିତ୍ସା ଚାଲିଛି।

ପୋଲିସର ସୂଚନାନୁସାରେ ଅଭିଯୁକ୍ତ ମୁକେଶ ଭାଲମିକି ଏବଂ ଅନ୍ୟ ଜଣେ ଏହି ଅମାନବୀୟ କାର୍ଯ୍ୟ କରିବା ସମୟରେ ଏକାଠି ମଦ୍ୟପାନ କରୁଥିଲେ। ଏହି ସମୟରେ ସେମାନଙ୍କ ଚାଖଣ ସରି ଯାଇଥିଲା। ଆଖପାଖରେ କିଛି ନଥିବାରୁ ସେଠାରେ ବୁଲୁଥିବା କୁକୁର ଛୁଆ ଉପରେ ସେମାନଙ୍କ ନଜର ପଡ଼ିଥିଲା। ଏହା ଦେଖି ମୁକେଶ ଦୁଇ କୁକୁର ଛୁଆଙ୍କୁ ଧରିଥିଲା। ପ୍ରଥମେ ସେ ଗୋଟିଏ କୁକୁର ଛୁଆର ଦୁଇଟି ଯାକ କାନ କାଟିଥିଲା। ଏହାପରେ ଆଉ ଗୋଟିଏ କୁକୁର ଛୁଆର ଲାଞ୍ଚ କାଟି ଦେଇଥିଲା। ଏହି କଟା ଲାଞ୍ଜ ଓ କାନକୁ ଲୁଣରେ ମଡ଼ାଇ ସେ ଚାଖଣା ଭାବେ ଖାଇଥିଲା।

ତେବେ ଧୀରଜ ପୃଥକ୍ ନାମକ ଜଣେ ବ୍ୟକ୍ତି ଏବଂ ପଶୁମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ପିପୁଲ୍ ଫର୍ ଆନିମଲ୍ସର ସଦସ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଯାହା ପରେ କ୍ରୁଏଲ୍ ଟୁ ଆନିମଲ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ୍ । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଅଖିଲେଶ ଚୌଉରାସିଆ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+