ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ପେଟ୍ରୋଲ ପମ୍ପରେ ଲଗାଇ ଦେଲେ ନିଆଁ
ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଶନିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନାଚରାମ ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦର ନାଚାରାମ ପେଟ୍ରୋଲ ପମ୍ପରେ କିଛି ଲୋକ ପେଟ୍ରୋଲ୍ ଭର୍ତ୍ତି କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ମଦ ପିଇ ଅସଞ୍ଜତ ଅବସ୍ଥାରେ ସେଠାକୁ ଆସିଥିଲେ। ହାତରେ ମଧ୍ୟ ସିଗାରେଟ୍ ଏବଂ ଲାଇଟର୍ ଧରିଥିଲେ।
ତାଙ୍କୁ ଏପରି ଅବସ୍ଥାରେ ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ପାଟି କରିଥିଲେ। ସେଠାରୁ ଚାଲିଯିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଠିକ୍ ଏହି ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ଜଣକ ତାଙ୍କୁ ଯଦି ଦମ୍ ଅଛି ନିଆଁ ଲଗାଇ ଦେଖା ବୋଲି କହି ଚ୍ୟାଲେଞ୍ଜ କରିଥିଲେ।

ଏହାକୁ ନେଇ ମଦ ପିଇଥିବା ବ୍ୟକ୍ତି ଜଣକ ରାଗିଯାଇପେଟ୍ରୋଲ ପାଇପରେ ଲାଇଟର୍ ମାରି ଦେଇଥିଲେ। ଫଳରେ ହୁତୁହୁତୁ ହୋଇ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଦୁଇ ଜଣ କର୍ମଚାରୀଙ୍କ ସହ ମୋଟ ୧୧ ଜଣ ପେଟ୍ରୋଲ ପମ୍ପ ନିକଟରେ ଉପସ୍ଥିତ ଥିଲେ। ଜଣେ ମହିଳା ଏବଂ ଶିଶୁ ମଧ୍ୟ ଥିଲେ। ସମେସ୍ତେ ଭୟରେ ଏଣେ ତେଣେ ଦୌଡ଼ି ପଳାଇଥିଲେ।












Click it and Unblock the Notifications