'ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଆତଙ୍କବାଦୀ'
ଅକ୍ଟୋବର ୨୪ ତାରିଖରେ, କୁର୍ଣ୍ଣୁଲ୍ ଜିଲ୍ଲାର ଚିନ୍ନାଟେକୁରୁ ଗାଁ ନିକଟରେ ହୋଇଥିବା ବସ ଅଗ୍ନିକାଣ୍ଡକୁ ନେଇ ଏକ ବଡ ଖୁଲାସା ହୋଇଛି | ଯେଉଁ ବାଇକ ଯୋଗୁଁ ଏହି ବସରେ ନିଆଁ ଲାଗିଥିବା ସେହି ଦୁଇଜଣ ବାଇକ ଆରୋହୀଙ୍କ ବାବଦରେ ପୁଲିସ ଆଜି ତଥ୍ୟ ଦେଇଛି | ପୁଲିସର କହିବା ମୁତାବକ ଦୁଇ ମଦୁଆ ବାଇକ ଚାଳକଙ୍କ ଯୋଗୁଁ ବସ ସହ ବାଇକର ଧକ୍କା ହୋଇଥିଲା ଓ ବସରେ ନିଆଁ ଲାଗିଯାଇଥିଲା |
ତେବେ ଏହି ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ୍ କମିଶନର ଭିସି ସଜ୍ଜନାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ମଦ୍ୟପ ଗାଡ଼ି ଚାଳକମାନେ ଆତଙ୍କବାଦୀ ଏବଂ ସେମାନଙ୍କ କାର୍ଯ୍ୟ ରାସ୍ତାରେ କୌଣସି ଆତଙ୍କଠାରୁ କମ୍ ନୁହେଁ । କମିଶନର କହିଛନ୍ତି ଯେ ଏହା କୌଣସି ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ ବରଂ ମଦ୍ୟପ ବାଇକ୍ ଚାଳକଙ୍କ ଅବହେଳା ଏବଂ ସମ୍ବେଦନହୀନତା ଯୋଗୁଁ ଘଟିଥିବା ଏକ ଦୁଃଖଦ ଘଟଣା । ଯାହାକୁ ଏଡାଯାଇପାରିଥାନ୍ତା ବୋଲି ସେ କହିଛନ୍ତି ।
ସେ କହିଛନ୍ତି, "ଦୁର୍ଘଟଣା ସମୟରେ ଆରୋହୀ ବି. ଶିବ ଶଙ୍କର ମଦ୍ୟପାନ କରିଥିଲେ । ସିସିଟିଭି ଫୁଟେଜରେ ସେ ରାତି ୨:୨୪ରେ ତାଙ୍କ ବାଇକ୍ରେ ପେଟ୍ରୋଲ ଭର୍ତ୍ତି କରୁଥିବାର ଦେଖିବାକୁ ମିଳିଥିଲା । ଏହାର କିଛି ମିନିଟ୍ ପରେ ଅର୍ଥାତ ରାତି ପ୍ରାୟ ୨.୩୯ ସମୟରେ ସେ ନିୟନ୍ତ୍ରଣ ହରାଇ ବସ୍ ସହ ଗାଡ଼ି ଧକ୍କା କରିଥିଲେ ।

କମିଶନର କହିଛନ୍ତି ଯେ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଆଜି ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସଜ୍ଜନାର ପୁଣି କହିଛନ୍ତି, "ମୁଁ ମୋର ବକ୍ତବ୍ୟରେ ଅଟଳ ଯେ ମଦ୍ୟପ ଚାଳକମାନେ ପ୍ରକୃତରେ ଆତଙ୍କବାଦୀ । ଏହି ଲୋକମାନେ ଜୀବନ, ପରିବାର ଏବଂ ଭବିଷ୍ୟତକୁ ନଷ୍ଟ କରିଦିଅନ୍ତି । ଏପରି କାର୍ଯ୍ୟକୁ କେବେବି ବରଦାସ୍ତ କରାଯିବ ନାହିଁ ।"












Click it and Unblock the Notifications