ମଦ୍ୟପାନ ଯୋଗୁଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିମାନରୁ ବାହାରିଥିବା ଅଭିଯୋଗ, ଷଡ଼ଯନ୍ତ୍ର କହିଲା ଆମ୍ ଆଦମୀ ପାର୍ଟି
ନିଶାଶକ୍ତ ଥିବା ଯୋଗୁଁ ତାଙ୍କୁ ଫ୍ରାଙ୍କଫର୍ଟ ଠାରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଦାବି ହୋଇଛି । ଏଭଳି କରିବା ପଞ୍ଜାବୀଙ୍କ ପାଇଁ ଲଜ୍ଜା ବୋଲି ବିରୋଧୀ ମତ ରଖିଛି ।
ଚଣ୍ଡିଗଡ଼: ଅଡୁଆରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଅଧା ବାଟରୁ ତାଙ୍କୁ ବିମାନ ଛାଡିବା ପାଇଁ ପଡିଛି । ମାନ ନିଶାଶକ୍ତ ଥିବା ଯୋଗୁଁ ତାଙ୍କୁ ଫ୍ରାଙ୍କଫର୍ଟ ଠାରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଦାବି ହୋଇଛି । ଏଭଳି କରିବା ପଞ୍ଜାବୀଙ୍କ ପାଇଁ ଲଜ୍ଜା ବୋଲି ବିରୋଧୀ ମତ ରଖିଛି ।

A Big Shame!!
— Delhi Congress (@INCDelhi) September 19, 2022
Punjab Chief Minister Bhagwant Mann deplaned because he was heavily Drunk pic.twitter.com/7PaPSiVDtb
ଅନ୍ୟପକ୍ଷରେ ଆପ୍ ମୁଖପାତ୍ର ମାଲବିନ୍ଦର ସିଂ କାଙ୍ଗ କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କ ଏହା ଏକ ଷଡଯନ୍ତ୍ର। ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ବିରୋଧୀ ହଜମ କରିପାରୁ ନାହିଁ।
#Frankfurt#BhagwantMann
— Shruti (@kadak_chai_) September 19, 2022
Footage of Bhagwant mann after he was deplaned from Frankfurt from same plane pic.twitter.com/Ci3OXEhb3I
ସୂଚନା ଅନୁସାରେ, ମାନ 11ରୁ 18 ସେପ୍ଟେମ୍ବର ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଥିଲେ। ତାଙ୍କର ଫେରିବା ବିମାନ 18 ତାରିଖରେ ଥିଲା। ରିପୋର୍ଟରେ ଦାବି କରାଯାଇଛି, ଅସୁସ୍ଥତା କାରଣରୁ ସେ ବିମାନ ବନ୍ଦରରେ ପହଞ୍ଚି ନଥିଲେ। ନିର୍ଦ୍ଧାରିତ ସମୟରେ ବୁକ୍ ହୋଇଥିବା ବିମାନରେ ବସି ନଥିଲେ। କିନ୍ତୁ, ଫ୍ରାଙ୍କଫର୍ଟରୁ ଦିଲ୍ଲୀକୁ ଆସୁଥିବା ଲୁଫ୍ଥାନ୍ସା LH 760 ବିମାନର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ନିଶାରେ ଥିବା କାରଣରୁ ଫ୍ରାଙ୍କଫର୍ଟରେ ଓହ୍ଲାଥିଲେ।












Click it and Unblock the Notifications