ମଦୁଆ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ଫୁଟ୍ପାଥ୍ରେ ଶୋଇଥିବା ବେଳେ ଚଢିଗଲା କାର, ୫ ଗୁରୁତର
ଦିଲ୍ଲୀ ବସନ୍ତ ବିହାରରେ ଅଭାବନୀୟ ଘଟଣା ଘଟିଛି। ଫୁଟପାଥ୍ ରେ ଶୋଇଥିବାବେଳେ ୫ ଜଣଙ୍କ ଉପରେ କାର ଚଢି ଯାଇଛି। ବସନ୍ତ ବିହାରର ଶିବ କ୍ୟାମ୍ପ ସାମ୍ନାରେ ଥିବା ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତ ଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖରଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ଏହି ଘଟଣାଟି ବସନ୍ତ ବିହାରର ଶିବ କ୍ୟାମ୍ପ ସାମ୍ନାରେ ଥିବା ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟରେ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଏକ ଧଳା କାର ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖରଙ୍କୁ ଗିରଫ କରାଯାଇଛି। ପୁଲିସ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।ଏହି ଘଟଣା ବିଷୟରେ ପାଖରେ ରହୁଥିବା ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ପୁଲିସ ସମସ୍ତ ପ୍ରକାର ତଦନ୍ତ କରୁଛି। ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ମଦ୍ୟପାନ କରିଥିଲା। ସେ ବହୁତ ଦ୍ରୁତ ଗତିରେ ଗାଡି ଚଲାଉଥିଲା। ପୁଲିସ ଅଭିଯୁକ୍ତ ବିଷୟରେ ଯଥାସମ୍ଭବ ସୂଚନା ସଂଗ୍ରହ କରୁଛି। ସେମାନେ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କର କୌଣସି ଅପରାଧିକ ରେକର୍ଡ ଅଛି କି ନାହିଁ।












Click it and Unblock the Notifications