ଦେଶର ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ଉପରେ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ : ଦେଶର ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ଉପରେ ସୋମବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଯୁବକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଡ୍ରଗ୍ସ ଗ୍ରହଣ କରିବା ଆଦୌ ଠିକ୍‌ ନୁହେଁ। ଡ୍ରଗ୍ସ ଚୋରା ଚାଲାଣ ଅଭିଯୁକ୍ତ ଅଙ୍କୁଷ ଭିପନ କପୁରଙ୍କ ବିରୋଧରେ ଏନଆଇଏ ତଦନ୍ତକୁ ଅନୁମୋଦନ ଦେଇଥିବା ବେଳେ ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଏନ କୋଟିଶ୍ୱର ସିଂଙ୍କ ଏକ ବେଞ୍ଚ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଅଙ୍କୁଶ ପାକିସ୍ତାନରୁ ଭାରତକୁ ସମୁଦ୍ର ମାର୍ଗ ଦେଇ ହେରୋଇନ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଡ୍ରଗ୍ସ ବ୍ୟବହାରର ସାମାଜିକ ତଥା ଅର୍ଥନୈତିକ ବିପଦ ସହିତ ମାନସିକ ବିପଦ ମଧ୍ୟ ରହିଛି ବୋଲି ଜଷ୍ଟିସ ନାଗରତ୍ନା ଚେତାବନୀ ଦେଇଛନ୍ତି। ଏହି କାରଣରୁ ଦେଶର ଯୁବକମାନେ ଉଜ୍ଜ୍ୱଳତା ହରାଇ ପାରନ୍ତି। ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ବିରୋଧରେ ତୁରନ୍ତ ସାମୂହିକ ପଦକ୍ଷେପ ନେବାକୁ ବେଞ୍ଚ ନିର୍ଦ୍ଦେଶ ଦେଇଛି। ମାତାପିତା, ସମାଜ ଏବଂ ସରକାର ଏକାଠି ହୋଇ ଏହି ସମସ୍ୟାର ମୁକାବିଲା କରିବାକୁ କୋର୍ଟ କହିଛନ୍ତି।

supreme court

ସମସ୍ୟାରୁ ଦୂରେଇ ରହିବା ମନୋଭାବକୁ ନେଇ ଉଦବେଗ ପ୍ରକାଶ କରି ବେଞ୍ଚ କହିଛନ୍ତି ଯେ ଏହି ଗୁରୁତର ବିପଦ ବିରୋଧରେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ। ବିଶେଷକରି ଏହି ଆହ୍ବାନର ମୁକାବିଲା ପାଇଁ ଉଦ୍ୟମ କରିବାକୁ ଯୁବକମାନଙ୍କୁ ନିବେଦନ କରାଯାଇଥିଲା। ବେଞ୍ଚ କହିଛନ୍ତି ଯେ ନିଶା ସେବକଙ୍କୁ ସହାନୁଭୂତି ଏବଂ ପ୍ରେମ ସହ ଚିକିତ୍ସା କରିବାର ଆବଶ୍ୟକତା ରହିଛି। ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ରୋଜଗାର ଉପରେ ଆକ୍ରମଣ କରିବାର ଆବଶ୍ୟକତା ରହିଛି। ଡ୍ରଗ୍ସର ଅଭ୍ୟାସକୁ ବନ୍ଦ କରାଯିବା ଉଚିତ ଏବଂ ଯୁବକମାନଙ୍କୁ ଏହାର ବିପଦ ବିଷୟରେ ଅବଗତ କରାଯିବା ଉଚିତ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+