Get Updates
Get notified of breaking news, exclusive insights, and must-see stories!

Droupadi Murmu: କଣ ରହିଛି ମହାମହିମଙ୍କ ଦୁଇ ଦିନିଆ ଗସ୍ତସୂଚୀ ?

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ। ପ୍ରଥମଥର ପାଇଁ ଓଡିଶା ବିଧାନସଭାରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ବିଦାନସଭାରେ ଅଭିଭାଷଣ ରଖିବା ପରେ ୧୧ନଂ ରୁମ୍‌ କୁ ଆସି ସମୟ ବିତାଇବେ ମହାମହିମ । ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିବାବେଳେ ୧୧ ନଂ ଚ୍ୟାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ। ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତାଇବେ। ସେଥିପାଇଁ ବିଧାନସଭା ସମେତ ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଅପରାହ୍ନ ୨ଟା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି। ତେଣୁ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯିବ । ୨.୧୦ରେ ଭୁବନେଶ୍ଵର ବିମାନ ବନ୍ଦରରୁ ବାହାରିବେ ଏବଂ ୨ଟା ୨୦ରେ ରାଜଭବନରେ ପହଞ୍ଚିବେ। ୨ଟା ୨୫ରେ ରାଜଭବନ ଭିତରେ ଥିବା କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିବେ । ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ହାଇ-ଟି ବ୍ୟବସ୍ଥା ରହିଛି। ଏବଂ ୨ଟା ୪୫ରୁ ୪ଟା ୧୦ ପର୍ଯ୍ୟନ୍ତ କଳିଙ୍ଗ ନିବାସରେ ବିଶ୍ରାମ କରିବେ। ପରବର୍ତ୍ତୀ ସମୟରେ ୪ଟା ୧୦ରେ ରାଜଭବନରୁ ବାହାରି ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ। ୪ ଟା ୨୦ରୁ ୪ଟା ୩୦ ରିଜର୍ଭ ରହିଛି। ଏବଂ ୪ଟା ୩୦ରୁ ୫ଟା ୩୦ ବିଧାନସଭାର ସମସ୍ତ ସଦସ୍ୟ , ସବୁ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

Droupadi Murmu

୫ଟା ୩୦ରୁ ରାଷ୍ଟ୍ରପତି ବିଧାନସଭାରୁ ବାହାରିବେ । ୫ଟା ୪୦ରେ ଆସି ରାଜଭବନର କଳିଙ୍ଗ ଅତିଥି ଭବନରେ ପହଞ୍ଚିବେ। ୫ଟା ୪୦ରୁ ୭ଟା ୩୦ ପର୍ଯ୍ୟନ୍ତ ରିଜର୍ଭ ରଖାଯାଇଛି। ୭ଟା ୩୦ରେ ସେ ରାତ୍ରିଭୋଜନ କରିବା ସହ ରାଜଭବନରେ ରହିବେ। ସେହିପରି ୨୮ ତାରିଖରେ ୯ଟା ୧୫ରେ ସେ ରାଜଭବନ ରୁ ବାହାରିବେ। ୯ଟା ୨୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ୯ଟା ୩୫ ରେ ତାଙ୍କ ସ୍ଵତନ୍ତ୍ର ବାୟୁସେନା ବିମାନ ଉଡାଣ ଭରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+