Get Updates
Get notified of breaking news, exclusive insights, and must-see stories!

Droupadi Murmu: ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି (୧୧ ଡିସେମ୍ବର ୨୦୨୪) ନୂଆଦିଲ୍ଲୀଠାରେ ବିଭିନ୍ନ ବର୍ଗରେ ମନୋନୀତ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହା ଦୀର୍ଘସ୍ଥାୟୀ ଏବଂ ସମାବେଶୀ ବିକାଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଏକ ମାନ୍ୟତା ରୂପେ କାର୍ଯ୍ୟ କରିବ।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଲେ ଯେ ଆମ ଦେଶରେ ଜନସଂଖ୍ୟାର ପ୍ରାୟ ୬୪ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରନ୍ତି। ତେଣୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗ୍ରାମାଞ୍ଚଳ ଏବଂ ଗ୍ରାମବାସୀଙ୍କ ବିକାଶ ଏବଂ ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ। ସେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଗତ ଏକ ଦଶନ୍ଧି ମଧ୍ୟରେ ସରକାର ପଞ୍ଚାୟତ ସଶକ୍ତିକରଣ ପାଇଁ ଗମ୍ଭୀର ପ୍ରୟାସ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଦୃଢ଼ ଫଳାଫଳ ହାସଲ କରିବା।

ରାଷ୍ଟ୍ରପତି କହିଲେ ଯେ ଏକ ବିକଶିତ ଭାରତର ମୂଳଦୁଆ କେବଳ ଆତ୍ମନିର୍ଭରଶୀଳ ଏବଂ ସକ୍ଷମ ସ୍ଥାନୀୟ ପ୍ରଶାସିକ ସଂସ୍ଥା ଆଧାରରେ ସ୍ଥାପନ କରାଯାଇପାରିବ। ପଞ୍ଚାୟତଗୁଡ଼ିକ ନିଜସ୍ୱ ରାଜସ୍ୱ ଉତ୍ସ ବିକଶିତ କରି ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରିବା ଉଚିତ। ଏହି ଆତ୍ମନିର୍ଭରଶୀଳତା ଗ୍ରାମସଭାକୁ ଆତ୍ମବିଶ୍ୱାସ ଏବଂ ଦେଶକୁ ଶକ୍ତି ପ୍ରଦାନ କରିବ।

Droupadi Murmu

ରାଷ୍ଟ୍ରପତି 'ଜାତୀୟ ପଞ୍ଚାୟତ ପୁରସ୍କାର'ର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏହି ପୁରସ୍କାର ସେମାନଙ୍କ ସମର୍ପଣ ଏବଂ ପ୍ରୟାସର ପ୍ରମାଣ। ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ସମ୍ମାନ ସେମାନଙ୍କୁ ଆହୁରି ଉନ୍ନତ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ ଏବଂ ଅନ୍ୟ ଗ୍ରାମ ପଞ୍ଚାୟତଗୁଡ଼ିକୁ ଗ୍ରାମ ବିକାଶ ଦିଗରେ ଅର୍ଥପୂର୍ଣ୍ଣ ପ୍ରୟାସ କରିବା ନିମନ୍ତେ ପ୍ରେରଣା ଦେବ।

ରାଷ୍ଟ୍ରପତି କହିଲେ ଯେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ମହିଳାମାନଙ୍କୁ ରାଜନୈତିକ ଦୃଷ୍ଟିରୁ ସଶକ୍ତ କରୁଛନ୍ତି। ମହିଳା ପ୍ରତିନିଧିମାନେ ତୃଣମୂଳ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆନନ୍ଦର ବିଷୟ। ପଞ୍ଚାୟତଗୁଡ଼ିକରେ ନିର୍ବାଚିତ ପ୍ରତିନିଧି ଭାବେ ନିର୍ଭୀକ ଭାବେ ଏବଂ ନିଜର ସମସ୍ତ ଦକ୍ଷତା ସହିତ ନିଜର କର୍ତ୍ତବ୍ୟ ନିର୍ବାହ କରିବା ଲାଗି ସେ ସେମାନଙ୍କୁ ଅନୁରୋଧ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମହିଳା ପଞ୍ଚାୟତ ପ୍ରତିନିଧିମାନଙ୍କ ପରିବାର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାର ପ୍ରବୃତ୍ତି ଏବେ ମଧ୍ୟ କେତେକ ସ୍ଥାନରେ ରହିଛି। ସେ ମହିଳା ପ୍ରତିନିଧିମାନଙ୍କୁ ଏଭଳି ପ୍ରଥାର ମୂଳପୋଛ କରିବା ଏବଂ ନିଜକୁ ସ୍ୱାଧୀନ ନେତା ଭାବେ ପ୍ରତିଷ୍ଠିତ କରିବା ପାଇଁ କହିଥିଲେ।

ରାଷ୍ଟ୍ରପତି କହିଥିଲେ, ନିର୍ବାଚନ ଜନ ପ୍ରତିନିଧିମାନଙ୍କୁ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ କରିଥାଏ। ତେଣୁ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ଏବଂ ନିରପେକ୍ଷ ଭାବେ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ନିର୍ବାଚନ ସମୟରେ ଏବଂ ନିର୍ବାଚନ ପରେ ମଧ୍ୟ ନିର୍ବାଚନୀ ହିଂସାକାଣ୍ଡର ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ନିର୍ବାଚନ ପ୍ରକ୍ରିୟା ସର୍ବଦା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ହେବା ଉଚିତ। ଏହା ମନେ ରଖିବା ଉଚିତ ଯେ ଗ୍ରାମବାସୀମାନେ ନିଜ ସ୍ୱାର୍ଥ ପାଇଁ ନିଜ ଭିତରୁ ନିଜ ପ୍ରତିନିଧି ଚୟନ କରୁଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ପଞ୍ଚାୟତିରାଜ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଜନ ପ୍ରତିନିଧି ଏବଂ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା ଏବଂ ପ୍ରଶାସନରେ ସ୍ୱଚ୍ଛତା ବୃଦ୍ଧି କରିବା। ସେ କହିଥିଲେ ଯେ ଭୋଟରମାନେ ସେମାନଙ୍କ ପ୍ରତିନିଧିମାନଙ୍କୁ ଅତି ବିଶ୍ୱାସର ସହ ଚୟନ କରିଥାନ୍ତି। ତେଣୁ ନିର୍ବାଚିତ ପ୍ରତିନିଧିମାନଙ୍କ କର୍ତ୍ତବ୍ୟ ହେଉଛି ସେମାନଙ୍କ ଆଚରଣ ଏବଂ କାର୍ଯ୍ୟ ମାଧ୍ୟମରେ ଏହି ବିଶ୍ୱାସକୁ ବଜାୟ ରଖିବା।

ରାଷ୍ଟ୍ରପତି କହିଥିଲେ, ସାରା ଦେଶର ଗ୍ରାମାଞ୍ଚଳରେ ଅଧିକାଂଶ ବିବାଦଗୁଡ଼ିକର ସମାଧାନ ସ୍ଥାନୀୟ ସ୍ତରରେ କରାଯାଇପାରିବ। ଅଦାଲତକୁ ଯିବା ଦ୍ୱାରା କେବଳ ସେମାନଙ୍କର ଅର୍ଥ ଏବଂ ସମୟ ନଷ୍ଟ ହୁଏ ନାହିଁ, ବରଂ ଅଦାଲତ ଏବଂ ପ୍ରଶାସନ ଉପରେ ଅନାବଶ୍ୟକ ଚାପ ମଧ୍ୟ ବଢ଼ିଥାଏ। ପଞ୍ଚାୟତ ସ୍ତରରେ ହିଁ ଗ୍ରାମବାସୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ପ୍ରୟାସ କରିବାକୁ ସେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଏପରି କରିବାର ଅଧିକାର ସେମାନଙ୍କର ଅଛି ଏବଂ ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ।

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ରେ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତାତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର, ଅଙ୍ଗାରକାମ୍ଳମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ପ୍ରତିଷ୍ଠାନ ପୁରସ୍କାର ଭଳି ବର୍ଗ ସାମିଲ ରହିଛି। ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ପ୍ରୟାସକୁ ସ୍ୱୀକୃତି ଏବଂ ପ୍ରୋତ୍ସାହିତ କରିବା ଏହି ପୁରସ୍କାରର ଉଦ୍ଦେଶ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+