ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ ପରେ କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବର ଅନେକ ସହର ବ୍ଲାକ ଆଉଟ୍
ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଦୁଇ ଦେଶର ସହମତି ପରେ ବି ପାକିସ୍ତାନ ସୀମାରେ ଗୁଳି ମାରିବା ଆରମ୍ଭ କରିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କରାଗଲା ବ୍ଲାକ୍ ଆଉଟ୍। ବିଭିନ୍ନ ସ୍ଥାନରେ ପାକିସ୍ତାନ ପଟୁ ପୁଣି ଡ୍ରୋନ ଆକ୍ରମଣ। ପୋଖରାନରେ ପାକିସ୍ତାନି ଡ୍ରୋନ୍ ନଷ୍ଟ। ସାମ୍ୱା, ଉଧମପୁର, ରାଜୌରୀରେ ଡ୍ରୋନ ଆକ୍ରମଣ। ଫଳରେ ରାଜସ୍ଥାନର ବାଡମେରରେ ସମ୍ପୂର୍ଣ୍ଣ ବ୍ଲାକ୍ ଆଉଟ୍। ଉରି, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକ୍ ଆଉଟ୍।

ପଠାନକୋଟ୍, ଗୁରୁଦାସପୁରରେ ବ୍ଲାକ୍ ଆଉଟ୍। ଶ୍ରୀନଗର, ବାରାମୂଲରେ ବ୍ଲାକ୍ ଆଉଟ୍। ଏହାସହ ପଞ୍ଜାବର ୩ ସହରରେ ବ୍ଲାକ୍ ଆଉଟ୍। ବିଭିନ୍ନ ସ୍ଥାନରୁ ଶୁଭୁଛି ବିସ୍ଫୋରଣର ଶବ୍ଦ। ଅସ୍ତ୍ରବିରତି ପରେ ଡ୍ରୋନରେ ଆକ୍ରମଣ। ସୂଚନା ଦେଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ।












Click it and Unblock the Notifications