ସିଲ ହେଲା ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର

ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନମୋଡକୁ ଆସିଛି ଦିଲ୍ଲୀ ନଗର ନିଗମ । କୋଚିଂ ସେଣ୍ଟରଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି କ୍ରମରେ ନେହେରୁ ବିହାରରେ ଥିବା ଦୃଷ୍ଟି କୋଚିଂ ସେଣ୍ଟକୁ ସୋମବାର ଦିନ ସିଲ୍ କରାଯାଇଛି । ସିିଭିଲ ସେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କର ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ବେଶ୍ ପ୍ରିୟ ଥିଲା । ଏହାକୁ ପୂର୍ବତନ ଆଇଏଏସ ବିକାଶ ଦିବ୍ୟକିର୍ତ୍ତୀ ଚଳାଉଥିଲେ ।

Drishti IAS Sealed

ସୂଚନାନୁସାରେ, ଦିଲ୍ଲୀ ଓଲ୍ଡ ରାଜିନ୍ଦର ନଗରରେ ସ୍ଥିତ ରାଓସ୍ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ପାଣି ଭର୍ତ୍ତି ହେବା ଫଳରେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ଉକ୍ତ କୋଚିଂ ସେଣ୍ଟରରେ ପଢ଼ୁଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ଏଫ୍‌ଆଇଆର୍ ରୁଜୁ କରି ଅନେକ ଟିମ୍ ଗଠନ କରିଛି । ସେହିପରି ଉକ୍ତ ଅଞ୍ଚଳରେ ବେସ୍‌ମେଣ୍ଟ ତଳେ ବେଆଇନ୍ ଭାବେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+