ଚା ପରିବର୍ତ୍ତେ ପିଅନ୍ତୁ କଫି, ମିଳିବ ଏହିସବୁ ଫାଇଦା
ଭୁବଶ୍ୱେର: କଫି ପିଇବା ଦ୍ୱାରା ଶରୀରକୁ ସତେଜତା ପ୍ରଦାନ କରିଥାଏ ଏବଂ ମନୋବଳକୁ ମଧ୍ୟ ଉନ୍ନତ କରିଥାଏ । କଫିରେ ମିଳୁଥିବା କଫିନ୍ ଯୋଗୁଁ ଏହିସବୁ ହୋଇଥାଏ । ଆଉ ଏହି ଜିନିଷଗୁଡ଼ିକ ସାଧାରଣତ କଫି ବିଷୟରେ କୁହାଯାଏ । କନ୍ତ ଅଧିକ କୁହାଯାଏ ଯେ ଅଧିକ ମାତ୍ରାରେ କଫି ପିଇବା ଦ୍ୱାରା ଶରୀର ପାଇଁ କ୍ଷତି ହୋଇଥାଏ, ଯାହା ମଧ୍ୟ ସତ ଅଟେ କାରଣ ସବୁକିଛିରୁ ଅଧିକ ହିଁ ସର୍ବଦା ଖରାପ ହୋଇଥାଏ । ।ଏକ ରିକୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରତିଦିନ ପ୍ରାୟ ୪୦ ହଜାର କୋଟି କପ୍ କଫି ପିଇଥାନ୍ତି ଲୋକେ ।
ଅଧିକାଂଶ ଭରତୀୟଙ୍କର ଚା ପଇବାର ଅଭ୍ୟାସ ରହିଛି । ମାତ୍ର ଆପଣ ଜାଣନ୍ତି କି ଚା ଅପେକ୍ଷା କଫି ପିଇବା ଶରୀର ପକ୍ଷେ ବେଶି ଲାଭ ହୋଇଥାଏ ? ଯଦି ଆପଣଙ୍କର ଚା ଅଭ୍ୟାସ ରହିଛି ଆପଣ ତା ପରିବର୍ତ୍ତେ ସେହି ସମୟରେ କଫି ପିଇପାରିବେ । କଫି ପିଇବା ଦ୍ୱାରା ଶରୀର ସକ୍ରିୟ ରହିଥାଏ । ଅଧିକ କାମ କରିବା ପାଇଁ ଶକ୍ତି ମିଳିଥାଏ ।

କଫି ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ କରାଯାଇ ପାରେ । କଫିରେ ପ୍ରଚୁର ପରିମାଣ ମ୍ୟାଗ୍ନେସିୟମ୍ ଓ ପଟାସିୟମ ରହିଛି । ଏହା ଶରୀରରେ ଶର୍କରା ଭାଗକୁ ନିୟନ୍ତ୍ରଣରେ ରଖେ । ଏବଂ କଫିରେ ଥିବା କଫିନ୍ ଶରୀରରୁ ଫ୍ୟାଟ୍ ଦୂର କରିବା ସହ ବ୍ୟକ୍ତିକୁ ସୁସ୍ଥ ରଖିଥାଏ । କଫି ପିଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ରହିଥାଏ । ମହିଳାଙ୍କ କ୍ଷେତ୍ରରେ ୨୫ ପ୍ରତିଶତ ଓ ପୁରୁଷଙ୍କ କ୍ଷେତ୍ରରେ ୨୦ ପ୍ରତିଶତ କର୍କଟ ସମ୍ଭାବନା ହ୍ରାସ ପାଇଥାଏ । ମସ୍ତିଷ୍କ ପାଇଁ ମଧ୍ୟ କଫି ଖୁବ୍ ଉପକାରୀ । କଫି ପିଇବା ଦ୍ୱାରା ମାନସିକ ରୋଗର ସମ୍ଭାବନା କମ୍ ରହିଥାଏ ।
କଫିର ଅନେକ ଗୁଣ ଜାଣିବା ପରେ, ଆପଣ ମଧ୍ୟ ଜାଣିବାକୁ ଚାହାୁଁଥିବେ ଯେ ଦୁନିଆରେ ସବୁଠୁ କଫିର ଉତ୍ପାଦନ କେଉଁଠି ହୋଇଥାଏ ? ଏହାର ଉତ୍ତର ହେଉଛି ବ୍ରାଜିଲ । ଆସନ୍ତୁ ଆପଣଙ୍କୁ କହିବା ଯେ ତେଲ ପରେ କଫି ହେଉଛି ଦ୍ୱିତୀୟ ସର୍ବାଧିକ ବାଣିଜ୍ୟ ଦ୍ରବ୍ୟ । ଏହା କୌଣସି ନିର୍ଦ୍ଦିଷ୍ଟ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ପ୍ରଯୁଜ୍ୟ ।












Click it and Unblock the Notifications