ସମୁଦ୍ର ଜଗିବ ମାନବବିହୀନ ବୋଟ , ଶତ୍ରୁ ସେନାକୁ କରିବ ସାବାଡ
ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି ମାନବବିହୀନ ବୋଟ । ଏଣିକି ଏହି ବୋଟ ସମୁଦ୍ର ଜଗିବ ।
ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି ମାନବବିହୀନ ବୋଟ । ଏଣିକି ଏହି ବୋଟ ସମୁଦ୍ର ଜଗିବ । ଡିଆରଡିଓ ଦ୍ବାରା ପୁନେର ଭାମା ଆସ୍ ଖେଣ୍ଡ ଡ୍ୟାମରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏହି ସଶସ୍ତ୍ର ବୋଟ୍ ସମୁଦ୍ରରେ ଶତ୍ରୁପକ୍ଷର ଗତିବିଧି ଜାଣିବା ସହ ସେମାନଙ୍କ ମୁକାବିଲା କରିବାରେ ସକ୍ଷମ ରହିଛି।

ଏହି ବୋଟଟି ଲଗାତାର 24 ଘଣ୍ଟା ପାଣିରେ ରହି ପାଟ୍ରୋଲିଂ କରିପାରିବ । ବିଦ୍ୟୁତ ଓ ମୋଟର ଇଞ୍ଜିନରେ ଏହି ବୋଟ ଚାଲିବ । ଦୂରରେ ଥାଉ ଏହି ବୋଟ୍ କୁ ରିମୋଟ ଦ୍ବାରା ନିୟନ୍ତ୍ରଣ କରାଯାଇ ପାରିବ। ପ୍ରଥମ ପର୍ଯ୍ୟାୟରେ 3ଟି ରିମୋଟ୍ ଚାଳିତ ବୋର୍ଟର ପରୀକ୍ଷଣ କରାଯାଇଛି । ଆଗକୁ ଅଧିକ ବୋଟ ନିର୍ମାଣ ପାଇଁ DRDO ପକ୍ଷରୁ ଯୋଜନା ରହିଛି ।
ଭାରତ ବର୍ତ୍ତମାନ ଶତ୍ରୁ ସହ ମୁକାବିଲା କରିବାକୁ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ଗତକାଲି ନୌସେନାକୁ ଶକ୍ତିଶାଳି କରିବାକୁ ଏକ ମାନବବାହୀ ଡ୍ରୋନ ଉଦ୍ଭାବନ କରିଛି ଇଣ୍ଡିଆ ସ୍ଟାର୍ଟଅପ ସାଗର ଡିଫେନ୍ସ ଇଞ୍ଜିନିୟରିଂ । ଏହି ଡ୍ରୋନ 100 କିଲୋଗ୍ରାମ ଓଜନ ବୋହିବାର କ୍ଷମତା ରଖିଛି । 25ରୁ30 କିଲୋମିଟର ଦୂରତା ସହିତ ପ୍ରାୟ 30 ମିନିଟ୍ ଯାଏଁ 500 ମିଟର ଉଚ୍ଚକୁ ଉଡିପାରିବ । ଖୁବଶୀଘ୍ର ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବାର ଯୋଜନା ରହିଛି ।












Click it and Unblock the Notifications