ଚାନ୍ଦିପୁରରୁ ଇଣ୍ଟରସେପ୍ଟର ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ଆଜି ବାଲେଶ୍ୱର ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ DRDO ଦ୍ୱାରା କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଲଞ୍ଚ୍ ପ୍ୟାଡ୍ ୩ରୁ ପ୍ରଥମେ ପୃଥିବୀ-୨ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚ୍ କରାଯାଇଥିଲା । ଏହା ପରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର AD- 1 ଲଞ୍ଚ୍ ହୋଇଥିଲା । ଏହି ଟେଷ୍ଟିଂ ଆଜି ଅପରାହ୍ନ ୪ଟା ୧୫ ମିନିଟ ସମୟରେ ଏହାର ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩ ନଂ ଲଞ୍ଚପ୍ୟାଡରୁ ପୃଥ୍ୱୀ -୨ ଉତ୍‌କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ ପରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇଥିଲା।

୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ମିସାଇଲ ଲକ୍ଷ୍ୟଭେଦ କରିପାରିବ। ତେବେ ଟାର୍ଗେଟକୁ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ସୂଚନା ମିଳିଛି । ଏହି କ୍ଷେପଣାସ୍ତ୍ର ଶତ୍ରୁମାନଙ୍କୁ ସୀମା ନିକଟରୁ ଅତି ସହଜରେ ନଷ୍ଟ କରିଦେଇପାରିବ । ଏହି ପ୍ରଳୟ କ୍ଷେପଣାସ୍ତ୍ର ହେଉଛି ଏକ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର । ଏହାର ପରିସର ୧୫୦ ରୁ ୫୦୦ କିଲୋମିଟର । ବିପର୍ଯ୍ୟର ଗତି ଘଣ୍ଟାପ୍ରତି ୧୨୦୦ କିଲୋମିଟର ହେଲେ ଏହାର ଗତି ଘଣ୍ଟାପ୍ରତି ୨୦୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ ।

Phase-II Ballistic Missile Defence System

ଏହି ପରୀକ୍ଷଣରେ ୫୦୦୦ କିଲୋମିଟର ଶ୍ରେଣୀର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିବା ପାଇଁ ଜାତିର ସ୍ୱଦେଶୀ ଦକ୍ଷତା ପ୍ରଦର୍ଶନ କରାଯାଇଛି। ଅନ୍-ବୋର୍ଡ ଜାହାଜ ସମେତ ବିଭିନ୍ନ ସ୍ଥାନରେ ଆଇଟିଆର, ଚାନ୍ଦିପୁର ଦ୍ୱାରା ନିୟୋଜିତ ଇଲେକ୍ଟ୍ରୋ-ଅପ୍ଟିକାଲ୍ ସିଷ୍ଟମ, ରାଡାର ଏବଂ ଟେଲିମେଟ୍ରି ଷ୍ଟେସନ ପରି ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା କଏଦ ହୋଇଥିବା ଫ୍ଲାଇଟ୍ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+