DRDO ଦ୍ୱାରା VSHORADS କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷଣ
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡି.ଆର୍.ଡି.ଓ. ପକ୍ଷରୁ ଆଜି ରାଜସ୍ଥାନର ପୋଖରାନ୍ ଉତ୍କ୍ଷେପଣ ରେଞ୍ଜରୁ ଚତୁର୍ଥ ପର୍ଯ୍ୟାୟର ଅତି କ୍ଷୁଦ୍ର ରେଞ୍ଜ ଏୟାର୍ ଡିଫେନ୍ସ ସିଷ୍ଟମ୍ VSHORADS କ୍ଷେପଣାସ୍ତ୍ରର ତିନୋଟି ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷା ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହାର ଅତି କ୍ଷୀପ୍ର ଭାବରେ ଲକ୍ଷ୍ୟ ଭେଦ କରିବାର ଏହାର କ୍ଷମତା ରହିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏୟାର୍ ଡିଫେନ୍ସ ସିଷ୍ଟମ୍ର ସଫଳ ପରୀକ୍ଷଣ, ବିଭିନ୍ନ କ୍ଷେତ୍ରରେ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିପାରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡି.ଆର୍.ଡି.ଓ.ର ବୈଜ୍ଞାନିକ, ସେନା ବାହିନୀ ଏବଂ କାର୍ଯ୍ୟରତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଯନ୍ତ୍ରାଂଶରେ ନିର୍ମିତ ଏହି କ୍ଷେପଣାସ୍ତ୍ର ସେନାବାହିନୀକୁ ଅଧିକ କ୍ରିୟାଶୀଳ କରିବ ।












Click it and Unblock the Notifications