Get Updates
Get notified of breaking news, exclusive insights, and must-see stories!

ଆସନ୍ତା ୨୫ରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।

ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ପଦ ପାଇଁ ନେବେ ଶପଥ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସୁଥିବା ପ୍ରଥମ ନାଗରିକଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶପଥପାଠ କରାଇଥାନ୍ତି । ବର୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆଗାମୀ ୨୪ ତାରିଖରେ ଶେଷ ହେଉଛି ।

Draupadi Murmu

ସୂଚନାଥାଉ କି, ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ନିର୍ବାଚନ ଲଢୁଥିଲେ । ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇ ତୃତୀୟ ରାଉଣ୍ଡରେ ହିଁ ବିଜୟକୁ ନିଜ ନାମରେ କରିଛନ୍ତି ଦ୍ରୌପଦୀ । ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡ ସୁଦ୍ଧା ଯଶୱନ୍ତ ମୋଟ ୨ ଲକ୍ଷ ୬୧ ହଜାର ୬୨ ଖଣ୍ଡ ଭୋଟ ମିଳିଛି । ତେବେ ଚତୁର୍ଥ ରାଉଣ୍ଡ ଗଣତି ପରେ ଦ୍ରୌପଦୀ କେତେ ଭୋଟ ପାଇ ବିଜୟ ହାସଲ କରୁଛନ୍ତି ଜଣାପଡିବ ।

ମୁର୍ମୁଙ୍କ ବିଜୟ ସାରା ଓଡିଶା ପାଇଁ ଗର୍ବ ଆଉ ଗୌରବର ବିଷୟ । ପ୍ରଥମ ଓଡିଆ ଝିଅ ଭାବେ ସେ ରାଇସିନା ହିଲକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର ବିଜୟରେ ଓଡିଶାରେ ଉତ୍ସବ ପାଳନ କରାଯାଇଛି । ଦ୍ରୌପଦୀଙ୍କ ଜନ୍ମମାଟି ମୟୁରଭଞ୍ଜର ରାଇରଙ୍ଗପୁରରେ ଜନ ସମୁଦ୍ର ଦେଖା ଦେଇଛି । ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ଗାଁ ମାଟିରେ ପହଞ୍ଚିଛନ୍ତି । ଗାଁ ମାଟିରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜା ବାଣରେ ସାରା ଅଞ୍ଚଳ ଉତ୍ସବମୁଖର ଦେଖିବାକୁ ମିଳିଛି । ପ୍ରଥମ ଓଡିଆ ମହିଳା ଏବଂ ଦ୍ୱିତୀୟ ଓଡିଆ ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ । ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+