Get Updates
Get notified of breaking news, exclusive insights, and must-see stories!

Draupadi Murmu Oath Taking Ceremony Live : ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ଆସନ୍ତା କାଲି ପ୍ରକାଶ ପାଇବ ରାଷ୍ଚ୍ରପତି ନିର୍ବାଚନ ଫଳାଫଳ । ଏହି ରାଇସିନା ହିଲ୍ ଦୌଡ଼ରେ ଏନଡିଏ ପ୍ରାର୍ତୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଭାଗ୍ୟ ବାଲାଟ୍ ବକ୍ସରେ ସିଲ୍ ହୋଇ ରହିଛି ।

ନମସ୍କାର, ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବର ଲାଇଭ୍ ଅପଡେଟ୍ କୁ ସ୍ୱାଗତ । ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ଏହି ଶପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବର ଟିକିନିକି ଅପଡେଟ୍ ପାଇଁ "ୱାନଇଣ୍ଡିଆ ଓଡିଆ" ସହ ଯୋଡି ହୋଇ ରୁହନ୍ତୁ...

Draupadi Murmu Oath Taking Ceremony Live Updates

Jul 25, 2022, 1:23 pm IST

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, "ଭାରତର ରାଷ୍ଟ୍ରପତି ଭାବେ ଶପଥ ନେଇ ସମ୍ମାନିତ ଦ୍ରୌପଦୀ ମୁର୍ମୁଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁର୍ମୁ ଜୀ ହେଉଛନ୍ତି ମହିଳାଙ୍କ ଉତ୍ଥାନର ସୁବର୍ଣ୍ଣ ପ୍ରତୀକ। ମାନବିକତାର ବିକାଶ, ଏକ ନୂତନ ଭାରତ ଗଠନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ପୂର୍ଣ୍ଣତା ମହିଳା ଶକ୍ତିର ଅବଦାନ ବିନା ଅସମ୍ଭବ। "
Jul 25, 2022, 1:13 pm IST

୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, ମୁଁ ନିଶ୍ଚିତ ଯେ ଏହି ମହାନ ଦେଶର ରାଷ୍ଟ୍ରପତି ଭାବରେ ଆପଣଙ୍କ ସେବାରୁ ଦେଶ ଲାଭବାନ ହେବ ଏବଂ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି ।
Jul 25, 2022, 1:10 pm IST

ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ଏକ ଟ୍ୱିଟ୍ କରି କହିଛନ୍ତି, ଗୋଆର ଜନସାଧାରଣଙ୍କ ତରଫରୁ ମୁଁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇ ଥିବାରୁ ଅଭିନନ୍ଦନ ଜଣାଉଛି । ମୁଁ ନିଶ୍ଚିତ ଯେ ଆପଣଙ୍କ କାର୍ଯ୍ୟକାଳ ଭାରତକୁ ନୂତନ ଉଚ୍ଚତାକୁ ନେଇଯିବ । ଏହା ଭାରତ ଗଣତନ୍ତ୍ର ପାଇଁ ଏକ ଐତିହାସିକ ଦିନ। "
Jul 25, 2022, 1:05 pm IST

"ଦ୍ରୌପଦୀ ମୁର୍ମୁ ଜୀ ଭାରତର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରୁଥିବାବେଳେ ସମଗ୍ର ଦେଶ ଗର୍ବର ସହିତ ଦେଖିଥିଲା । ନୂତନ ରାଷ୍ଟ୍ରପତି ଦେଶର ବିଶେଷ କରି ଗରିବ, ଅବହେଳିତ ଏବଂ ଦଳିତମାନଙ୍କ ପାଇଁ ବଡ ମୁହୂର୍ତ୍ତ ମୁଁ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।''
Jul 25, 2022, 12:56 pm IST

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୀରେ ଏକ ଟ୍ୱିଟ୍ କରି କହିଛନ୍ତି, "ମହିଳା ସଶକ୍ତିକରଣର ସର୍ବୋତ୍ତମ ପ୍ରତୀକ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। "
Jul 25, 2022, 12:54 pm IST

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, "ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀଙ୍କୁ ଅଭିନନ୍ଦନ ଜଣାଉଛି। ଆଜି ଏକ ଐତିହାସିକ ଦିନ। "
Jul 25, 2022, 12:50 pm IST

ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ପରେ ଚାରିଆଡେ ଖୁସିର ମାହୋଲ। ରାଜଧାନୀ ଭୁବନେଶ୍ବରରେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗୋଟିଏ କ୍ବିଣ୍ଟାଲ ଓଜନର ଲଡୁ ପୂଜା ହେଉଛି । ପୂଜା ପରେ ଲୋକଙ୍କ ଭିତରେ ଏହି ଲଡୁ ବଣ୍ଟାଯିବ ।
Jul 25, 2022, 12:47 pm IST

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବିଦାୟ ନେଇ ଜନପଥ ରୋଡରେ ଥିବା ତାଙ୍କ ନୂତନ ବାସଭବନରେ ପହଞ୍ଚିଛନ୍ତି ।
Jul 25, 2022, 12:40 pm IST

ରାଇରଙ୍ଗପୁର ଜାମଦାରେ ଉତ୍ସବର ମାହୋଲ । ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଗ୍ରାମବାସୀ ସମସ୍ତେ କରୁଛନ୍ତି ସେଲିବ୍ରେସନ ।
Jul 25, 2022, 11:10 am IST

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଆନୁଷ୍ଠାନିକ ଅଭିବାଦନ ଗ୍ରହଣ କରିଛନ୍ତି । ତାଙ୍କ ସହ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ ।
Jul 25, 2022, 10:46 am IST

ସଂସଦର ସେଣ୍ଟ୍ରାଲ ହଲରେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ, କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Jul 25, 2022, 10:33 am IST

ମୁଁ ସନ୍ତୁଷ୍ଟ ଯେ ବର୍ଷ ବର୍ଷ ଧରି ବିକାଶରୁ ବଞ୍ଚିତ ଥିବା ଲୋକମାନେ - ଗରିବ, ଦଳିତ, ପଛୁଆ, ଆଦିବାସୀମାନେ ମୋତେ ସେମାନଙ୍କର ପ୍ରତିଫଳନ ଭାବରେ ଦେଖିପାରିବେ । ମୋ ନାମାଙ୍କନପତ୍ରରେ ଏହା ପଛରେ ଗରିବ ଲୋକଙ୍କର ଆଶୀର୍ବାଦ ଅଛି, ଏହା କୋଟି କୋଟି ମହିଳାଙ୍କ ସ୍ୱପ୍ନ ଏବଂ ସାମର୍ଥ୍ୟର ପ୍ରତିଫଳନ : ରାଷ୍ଟ୍ରପତି ମୁର୍ମୁ
Jul 25, 2022, 10:29 am IST

ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ମୋର ନାମାଙ୍କନ ହେଉଛି ପ୍ରମାଣ ଯେ ଭାରତର ଗରିବମାନେ କେବଳ ସ୍ୱପ୍ନ ଦେଖିପାରିବେ ନାହିଁ ବରଂ ସେହି ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Jul 25, 2022, 10:26 am IST

ମୁଁ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି । ଆମର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଭାରତର ନାଗରିକମାନଙ୍କ ସହିତ ଥିବା ଆଶାକୁ ପୂରଣ କରିବା ପାଇଁ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Jul 25, 2022, 10:25 am IST

ଦ୍ରୈପଦୀ ମୁର୍ମୁ ଭାରତର 15 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।
Jul 25, 2022, 10:18 am IST

ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ପହଞ୍ଚିଛନ୍ତି ।
Jul 25, 2022, 10:17 am IST

ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦ ଅଭିିମୁଖେ ଯାତ୍ରା କରିଛନ୍ତି । ଖୁବ୍ ଶୀଘ୍ର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର 15 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ।
Jul 25, 2022, 9:49 am IST

ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Jul 25, 2022, 9:48 am IST

ଆଜି ଦିଲ୍ଲୀରେ ରାଷ୍ଟ୍ରପତି ନିର୍ବାଚିତ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗଦେବେ ନାହିଁ ।
Jul 25, 2022, 9:47 am IST

ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Jul 25, 2022, 9:01 am IST

ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ରାଜ ଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Jul 24, 2022, 10:29 pm IST

ଶପଥ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନର ବନ୍ଧୁ ଯାତ୍ରା କରୁଛନ୍ତି ।
Jul 24, 2022, 9:38 pm IST

ସୋମବାର ସକାଳ 10.14ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ ।
Jul 24, 2022, 6:51 pm IST

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପାଇଁ ବନ୍ଦ ରହିବ ଅଫିସ। ପାଖାପାଖି ୩୦ଟି ଅଫିସ ବନ୍ଦ ରହିବ। ଏନେଇ କେନ୍ଦ୍ର ମର୍ସୋନେଲ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି ।
Jul 24, 2022, 6:50 pm IST

ସଂସଦର ସେଣ୍ଟ୍ରାଲ ହଲରେ ଏହି ଶପଥ ଉତ୍ସବ ହେବ ।
Jul 24, 2022, 6:50 pm IST

ଆସନ୍ତାକାଲି ଗ୍ରହଣ କରିବେ ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Jul 21, 2022, 11:06 pm IST

ରାଷ୍ଟ୍ରପତି ନିର୍ବାଚନ ଫଳାଫଳର ଟିକିନିକି ଅପଡେଟ୍ ପାଇଁ "ୱାନଇଣ୍ଡିଆ ଓଡିଆ" ସହ ଯୋଡି ହୋଇଥିବାରୁ ଧନ୍ୟବାଦ।
Jul 21, 2022, 10:58 pm IST

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ଏବଂ ବିରୋଧୀ ଦଳ ନେତା ଏନ ଚନ୍ଦ୍ରବାବୁ ନାଇଡୁ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
Jul 21, 2022, 10:56 pm IST

ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଆଜିର ଦିନ।। ମୁଁ ମୋର ହୃଦୟସ୍ପର୍ଶୀ ଅଭିନନ୍ଦନ ମୁର୍ମୁଙ୍କୁ ଜଣାଉଛି । ପ୍ରଧାନମନ୍ତ୍ରୀ ମୋଦି ଦେଶ ଏବଂ ଆମର ଆଦିବାସୀ ସମ୍ପ୍ରଦାୟକୁ ଉତ୍ସାହିତ କରିଛନ୍ତି । ଦେଶର ପ୍ରତ୍ୟେକ ବିଭାଗ ଅନ୍ତର୍ନିହିତତା ଏବଂ ସୁଯୋଗର ଉପସ୍ଥିତି ଅନୁଭବ କରନ୍ତି: କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ
Jul 21, 2022, 10:52 pm IST

ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ବିଏସପି ମୁଖ୍ୟ ମାୟାବତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+