Get Updates
Get notified of breaking news, exclusive insights, and must-see stories!

ରାତି ସାରା ଚାଲିଲା ଡ୍ରାମା, କର୍ଣ୍ଣାଟକର ଏହି ଆସନରୁ ମାତ୍ର ୧୬ ଭୋଟରେ ଜିତିଲା ବିଜେପି

କର୍ଣ୍ଣାଟକ: କର୍ଣ୍ଣାଟକରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ କରିବାକୁ କଂଗ୍ରେସ ପ୍ରସ୍ତୁତ ଅଛି । କର୍ଣ୍ଣାଟକରେ ମୋଟ 224 ବିଧାନସଭା ଆସନ ଅଛି, ଯେଉଁଠାରେ କଂଗ୍ରେସ 135ଟି ଆସନ ପାଇଥିବାବେଳେ ବିଜେପି 66ଟି ଆସନ ହାତେଇଛି ସେହିପରି JDS 19ଟି ସିଟ୍ ସହିତ ତୃତୀୟ ସ୍ଥାନରେ ରହିଛି । ତେବେ କର୍ଣ୍ଣାଟକରେ ସରକାର ଗଢିବା ପାଇଁ ଯାଉଛି କଂଗ୍ରେସ ।

ସେପଟେ, ଜୟନଗର ବିଧାନସଭା ଆସନରେ ଦେଖିବା ପାଇଁ ମିଳିଥିଲା ହାଇଡ୍ରାମା । ବିଜେପିର ସି.କେ ରାମମୂର୍ତ୍ତି କଂଗ୍ରେସର ସୋମ୍ୟା ରେଡ୍ଡୀଙ୍କୁ 16 ଭୋଟରେ ପରାସ୍ତ କରିଛନ୍ତି। ଯାହାକୁ କଂଗ୍ରେସ ଓ ବିଜେପି ହୋଇଛନ୍ତି ମୁହାଁମୁହିଁ । କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ସରକାରୀ ଯନ୍ତ୍ରର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଜୟନଗର ଆସନ କଂଗ୍ରେସ ପୂର୍ବରୁ ଜିତିଥିଲା, କିନ୍ତୁ ରି-କାଉଣ୍ଟିଙ୍ଗ୍ ହେବା ପରେ ବିଜେପିର ବିଜୟ ହୋଇଥିଲା ଯାହାକୁ ନେଇ କଂଗ୍ରେସ ଦଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

election

କର୍ଣ୍ଣାଟକର ଜୟନଗର ବିଧାନସଭା ଆସନରେ ମାତ୍ର ୧୬ ଟି ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସିକେ ରାମମୂର୍ତ୍ତି । ରାମମୂର୍ତ୍ତି ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସର ସୌମ୍ଯା ରେଡ୍ଡୀଙ୍କ ଠାରୁ ଏହି ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ୫୭ ୫୯୧ ଭୋଟ ପାଇଥିବା ବେଳେ ରାମମୂର୍ତ୍ତି ପ୍ରଥମେ ୫୭, ୨୯୭ ଭୋଟ ପାଇଥିଲେ। ତେବେ ଏହାପରେ ନିର୍ବାଚନ କମିଶନଙ୍କ ନିକଟରେ ପୁଣିଥରେ ଭୋଟ ଗଣତି ପାଇଁ ଆବେଦନ ହୋଇଥିଲା। ଏହି ଭୋଟ ଫଳାଫଳକୁ ନେଇ ଦିନସାରା ଚର୍ଚ୍ଚା ଲାଗି ରହିଥିଲା। କାଣ୍ଟେ-କା-ଟକ୍କର କୁହାଯାଉଥିବା ଏହି ଆସନର ଫଳାଫଳ ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସବୁଠାରୁ କମ ବ୍ୟବଧାନର ଫଳାଫଳ ଅଟେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+