ଉତ୍ତରପ୍ରଦେଶରେ ଡ୍ରାଫ୍ଟ ତାଲିକା ପ୍ରକାଶ , ବାଦ ପଡ଼ିଲେ ୨.୮ କୋଟି ଭୋଟର
ଉତ୍ତରପ୍ରଦେଶର ଭୋଟର ତାଲିକା ପାଇଁ ଏସଆଇଆର ପ୍ରକ୍ରିୟା ରେ ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି । ତାଲିକାରୁ ୨ କୋଟି ୮୮ ଲକ୍ଷ ୭୭ ହଜାର ଭୋଟରଙ୍କ ନାମ ବାଦ ଦିଆଯାଇଛି। ଏହି ଭୋଟରମାନେ ମୃତ, ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ବିଭିନ୍ନ ସ୍ଥାନରେ ପଞ୍ଜୀକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମୃତ ଭୋଟରଙ୍କ ସଂଖ୍ୟା ୪୬ ଲକ୍ଷ ୨୩ ହଜାର ଥିବାବେଳେ ୭୯.୫୨ ଲକ୍ଷ ଭୋଟର ନିଜ ଠିକଣାରେ ଅନୁପସ୍ଥିତ ଅଛନ୍ତି । ପ୍ରାୟ ୧ କୋଟି ୨୯ ଲକ୍ଷ ଭୋଟର ସ୍ଥାୟୀଭାବେ ଅନ୍ୟସ୍ଥାନକୁ ଚାଲିଯାଇଛନ୍ତି ।

କମିଶନ ଏବେ ଦାବି ଏବଂ ଆପତ୍ତି ଦାଖଲ କରିବା ପାଇଁ ୬ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ସମୟ ଦେଇଛନ୍ତି, ଯାହା ପରେ ୬ ମାର୍ଚ୍ଚ, ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବା ପରେ, ଯେକୌଣସି ଭୋଟର ଯାହାଙ୍କ ନାମ ନାହିଁ ସେ ଆପତ୍ତି ଦାଖଲ କରିପାରିବେ, ସେମାନଙ୍କର ନାମ ଯୋଡା ଯାଇପାରିବ ଏବଂ ଚୂଡ଼ାନ୍ତ ଭୋଟର ତାଲିକାରେ ସେମାନଙ୍କର ନାମ ଅନ୍ତର୍ଭୁକ୍ତ କରିପାରିବେ।












Click it and Unblock the Notifications