ପ୍ରଯୁକ୍ତି ମନ୍ତ୍ରଣାଳୟ ଚିଠା ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମାବଳୀ

ଚିଠା ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ନିୟମାବଳୀର ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ବ୍ୟକ୍ତିଗତ ଡାଟାର ନିରାପତ୍ତା ସୁନିଶ୍ଚିତ କରି ସେମାନଙ୍କ ଅଧିକାରର ସୁରକ୍ଷା କରିବା। ଡିଜିଟାଲ ବ୍ୟକ୍ତିଗତ ଡାଟାର ସୁରକ୍ଷା ନିମନ୍ତେ ଏକ ଦୃଢ଼ ଫ୍ରେମଓ୍ବାର୍କ ସୃଷ୍ଟି କରିବା ପାଇଁ ଭାରତର ଅଙ୍ଗୀକାର ଅନୁଯାୟୀ ଏହି ନିୟମଗୁଡିକ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ, ୨୦୨୩ (ଡିପିଡିପି ଆକ୍ଟ)କୁ କାର୍ଯ୍ୟକାରୀ କରିବାକୁ ସରକାର ଚାହୁଁଛନ୍ତି ।

ଏହି ସରଳ ଓ ସ୍ପଷ୍ଟ ନିୟମଗୁଡ଼ିକ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ଅର୍ଥନୀତିରେ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଡିପିଡିପି ଆଇନ ଅନୁଯାୟୀ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏହି ନିୟମାବଳୀର ଲକ୍ଷ୍ୟ, ତା'ସହିତ ନିୟନ୍ତ୍ରଣ ଏବଂ ନବସୃଜନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ଯାହା ଦ୍ୱାରା ଭାରତର ବଢୁଥିବା ଉଦ୍ଭାବନ ଇକୋସିଷ୍ଟମର ଲାଭ ସମସ୍ତ ନାଗରିକ ଏବଂ ଭାରତର ଡିଜିଟାଲ ଅର୍ଥନୀତିକୁ ମିଳିପାରିବ । ଏସବୁ ନିୟମ ମଧ୍ୟ ଡାଟାର ଅନଧିକୃତ ବ୍ୟବସାୟିକ ବ୍ୟବହାର, ଡିଜିଟାଲ କ୍ଷତି ଏବଂ ବ୍ୟକ୍ତିଗତ ଡାଟା ଉଲ୍ଲଂଘନ ଭଳି କେତେକ ନିର୍ଦ୍ଦିଷ୍ଟ ସମସ୍ୟାର ମଧ୍ୟ ସମାଧାନ କରିବ ।

ମୁଖ୍ୟ ବୈଶିଷ୍ଟ୍ୟ

ଏହି ନିୟମାବଳୀ ନାଗରିକଙ୍କୁ ଡାଟା ସିକ୍ୟୁରିଟି ଫ୍ରେମୱାର୍କର କେନ୍ଦ୍ରରେ ରଖିଥାଏ । ଡାଟା ଫିଡୁସିଆରି ( ଦାୟିତ୍ବର ସହ ବ୍ୟକ୍ତିଗତ ଡାଟା ବ୍ୟବହାର ଓ ପ୍ରକ୍ରିୟାକରଣ କରୁଥିବା ବ୍ୟକ୍ତି ବା ସଂସ୍ଥା) ମାନେ ସ୍ପଷ୍ଟ ଓ ସୁଲଭ ସୂଚନା ଉପଲବ୍ଧ କରିବା ଉଚିତ ଯେ କିପରି ସୂଚୀତ ଅନୁମତି ସହ ବ୍ୟକ୍ତିଗତ ଡାଟାର ପ୍ରକ୍ରିୟାକରଣ କରାଯାଉଛି । ଏସବୁ ନିୟମରେ ନାଗରିକମାନଙ୍କୁ କେତେକ ଅଧିକାର ସହ ସଶକ୍ତ କରାଯାଇଛି ଯେପରିକି ଡାଟା ଅପସାରଣ ଦାବି କରିପାରିବା, ଡିଜିଟାଲ ନୋମିନି ନିଯୁକ୍ତ କରିପାରିବା ଏବଂ ସେମାନଙ୍କ ଡାଟା ପରିଚାଳନା କରିବା ପାଇଁ ଅନୁକୂଳ ବ୍ୟବସ୍ଥା ପ୍ରାପ୍ତ କରିବା।

ଏସବୁ ନିୟମାବଳୀ ନାଗରିକମାନଙ୍କୁ ସେମାନଙ୍କ ଡାଟା ଉପରେ ଅଧିକ ନିୟନ୍ତ୍ରଣ ପ୍ରଦାନ କରି ସଶକ୍ତ କରିଥାଏ । ଡାଟା ଲିଭାଇବାର କରିବାର ଅଧିକାର ଏବଂ ଅଭିଯୋଗ ସମାଧାନର ବ୍ୟବସ୍ଥା ଯୋଗୁଁ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପରେ ନାଗରିକଙ୍କ ବିଶ୍ୱାସ ବୃଦ୍ଧି ପାଇବ । ଏଥିରେ ମଧ୍ୟ ପିତାମାତା ଓ ଅଭିଭାବକମାନଙ୍କୁ ନିଜ ସନ୍ତାନମାନଙ୍କ ଅନଲାଇନ୍ ନିରାପତ୍ତା ସୁନିଶ୍ଚିତ କରିବାକୁ ଅଧିକାର ଦିଆଯାଇଛି।

Draft Digital Personal

ଉଦ୍ଭାବନ ଏବଂ ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳନ

ବ୍ୟକ୍ତିଗତ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଏହି ଭାରତୀୟ ମଡେଲଟି ଉଦ୍ଭାବନ ପ୍ରେତ୍ସାହନ ଓ ନିୟନ୍ତ୍ରଣ ମଧ୍ୟରେ ଏକ ଅନନ୍ୟ ସନ୍ତୁଳନ ରକ୍ଷା କରୁଛି । ବିଶ୍ବରେ ଅନ୍ୟଦେଶରେ ପ୍ରଚଳିତ ପ୍ରତିବନ୍ଧକମୂଳକ ଢାଞ୍ଚାର ବିପରୀତ, ଏହି ନିୟମଗୁଡିକ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରେ । ଅଂଶୀଦାରମାନେ ଏହାକୁ ଡାଟା ଗଭର୍ଣ୍ଣାନ୍ସ ପାଇଁ ଏକ ନୂତନ ବିଶ୍ୱସ୍ତରୀୟ ଉଦାହରଣ ଭାବରେ ଦେଖୁଛନ୍ତି । ଏହି ବ୍ୟବସ୍ଥାରେ କ୍ଷୁଦ୍ର ବ୍ୟବସାୟ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଅନୁପାଳନ ଚାପ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନିୟମ ଅନୁପାଳନ ପାଇଁ ସବୁ ଅଂଶୀଦାରମାନଙ୍କୁ, ଏକ କ୍ଷୁଦ୍ର ଉଦ୍ୟୋଗଠାରୁ ଆରମ୍ଭ କରି ବୃହତ କର୍ପୋରେସନ ପର୍ଯ୍ୟନ୍ତ, ଯଥେଷ୍ଟ ସମୟ ପ୍ରଦାନ କରାଯିବ ଯଦ୍ବାରା ସେମାନେ ସୁରୁଖୁରୁରେ ପରିବର୍ତ୍ତନ କରିପାରିବେ ।

ଡିଜିଟାଲ-ପ୍ରଥମ ଆଭିମୁଖ୍ୟ

ଏହି ନିୟମଗୁଡିକ "ଡିଜିଟାଲ ବାଇ ଡିଜାଇନ" ଦୃଷ୍ଟିକୋଣ ଉପରେ ଆଧାରିତ । ସହଜ ଜୀବନଯାପନ ଏବଂ ବ୍ୟବସାୟ କରିବାରେ ସହଜତା ସୁନିଶ୍ଚିତ କରିବା ପାଇଁ ସମ୍ମତି ବ୍ୟବସ୍ଥା, ଅଭିଯୋଗ ସମାଧାନ ଏବଂ ଡାଟା ସୁରକ୍ଷା ବୋର୍ଡର କାର୍ଯ୍ୟକାରିତା ଇତ୍ୟାଦିକୁ "ମୂଳତଃ ଡିଜିଟାଲ" ରୂପେ ପରିକଳ୍ପନା କରାଯାଇଛି । ଏକ ଡିଜିଟାଲ ପ୍ଲାଟଫର୍ମ ଏବଂ ଆପ୍ ସହିତ ବୋର୍ଡ ଏକ ଡିଜିଟାଲ କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରିବ, ଯାହା ନାଗରିକମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଉପସ୍ଥିତିର ଆବଶ୍ୟକତା ନଥାଇ ଡିଜିଟାଲ ଭାବରେ ଯୋଗାଯୋଗ କରିବା ଏବଂ ସେମାନଙ୍କ ଅଭିଯୋଗର ସମାଧାନ କରିବାକୁ ସକ୍ଷମ କରିବ ।

ତ୍ୱରିତ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଅଭିଯୋଗର ପ୍ରକ୍ରିୟାକରଣଠାରୁ ଆରମ୍ଭ କରି ଡାଟା ଫିଡୁସିଆରିମାନଙ୍କ ସହ କଥାବାର୍ତ୍ତା କରିବା ପର୍ଯ୍ୟନ୍ତ, ସମଗ୍ର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଛି। ଏହା ଶାସନ ପ୍ରତି ଭାରତର ଦୂରଦର୍ଶୀ ଆଭିମୁଖ୍ୟକୁ ପ୍ରତିଫଳିତ କରେ ଏବଂ ନାଗରିକ ଏବଂ ଡାଟା ଫିଡୁସିଆରିଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରେ ।

ହିତାଧିକାରୀଙ୍କ ସମସ୍ୟାର ସମାଧାନ

ବ୍ୟବସାୟୀମାନେ ଏକ ବ୍ୟବହାରିକ ଢାଞ୍ଚାରୁ ଉପକୃତ ହୋଇଥାନ୍ତି । ଏହି ନୂଆ ନିୟମାବଳୀ ଅନୁସାରେ ଷ୍ଟାର୍ଟଅପ ଓ ଏମଏସଏମଇଗୁଡ଼ିକ ଉପରେ କମ ଅନୁପାଳନ ବୋଝ ରହିଥିବାବେଳେ ବୃହତ ଡାଟା ଫିଡୁସିଆରିଙ୍କ ଉପରେ ଅଧିକ ଅନୁପାଳନ ଦାୟିତ୍ବ ରହିବ ।

ଡାଟା ପ୍ରୋଟେକ୍ସନ ବୋର୍ଡର ଡିଜିଟାଲ ଅଫିସ ବ୍ୟବସ୍ଥା ଅଭିଯୋଗର ତ୍ୱରିତ ଏବଂ ସ୍ୱଚ୍ଛ ସମାଧାନ ସୁନିଶ୍ଚିତ କରିବ । ଖିଲାପ ପାଇଁ ଜରିମାନା ଆଦାୟ କରିବା ସମୟରେ, ବୋର୍ଡ ଖିଲାପର ପ୍ରକୃତି ଏବଂ ଗମ୍ଭୀରତା, ପ୍ରଭାବକୁ କମ୍ କରିବା ପାଇଁ କରାଯାଇଥିବା ପ୍ରୟାସ ଇତ୍ୟାଦି ବିଷୟ ଉପରେ ବିଚାର କରିବା ଆବଶ୍ୟକ । ଏହାବ୍ୟତୀତ, କାର୍ଯ୍ୟାନୁଷ୍ଠାନର ଯେକୌଣସି ପର୍ଯ୍ୟାୟରେ ଡାଟା ବ୍ୟବହାରକାରୀମାନେ ସ୍ୱେଚ୍ଛାକୃତ ଭାବରେ ଏକ ପ୍ରତିଶ୍ରୁତି ଦେଇପାରିବେ, ଯାହାକୁ ବୋର୍ଡ ଗ୍ରହଣ କଲେ ଅଭିଯୋଗ ପ୍ରତ୍ୟାହାର କରାଯାଇପାରିବ। ଏହା ନାଗରିକଙ୍କ ଅଧିକାରର ସୁରକ୍ଷାର ଆବଶ୍ୟକତାକୁ ସନ୍ତୁଳିତ କରେ ଏବଂ ବ୍ୟକ୍ତିଗତ ଡାଟା ପ୍ରକ୍ରିୟାକରଣ କରୁଥିବା ଲୋକଙ୍କ ପାଇଁ ଏକ ନିରପେକ୍ଷ ନ୍ୟାୟିକ ଢାଞ୍ଚା ପ୍ରଦାନ କରେ । ଆହୁରି ମଧ୍ୟ, ବୃହତ ଡାଟା ଫିଡୁସିଆରିମାନଙ୍କ ପାଇଁ, ବାର୍ଷିକ ଡାଟା ସୁରକ୍ଷା ପ୍ରଭାବ ଆକଳନ ଏବଂ ଅଡିଟ୍ ବ୍ୟବସ୍ଥା ଅନୁପାଳନକୁ ସୁରକ୍ଷିତ କରିବା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ସୁନିଶ୍ଚିତ କରେ ।

ସମାବେଶୀ ଆଭିମୁଖ୍ୟ

ଏହି ଚିଠା ନିୟମାବଳୀ ବିଭିନ୍ନ ପକ୍ଷଙ୍କଠାରୁ ସଂଗ୍ରହ କରାଯାଇଥିବା ସୂଚନା ଓ ବିଶ୍ବର ଅନ୍ୟସ୍ଥାନରେ ଲାଗୁ ସର୍ବୋତ୍ତମ ବ୍ୟବସ୍ଥାର ଅଧ୍ୟୟନ ଭିତ୍ତିରେ ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟ ଡିପିଡିପି ଆଇନରେ ଥିବା ନୀତି ଉପରେ ଆଧାରିତ । ଆଇନ ପ୍ରଣୟନରେ ଏକ ସମାବେଶୀ ଆଭିମୁଖ୍ୟ ଗ୍ରହଣ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପାଳନ କରି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି ଚିଠା ନିୟମବଳୀ ଉପରେ ଜନସାଧାରଣଙ୍କ ମତାମତ ଆହ୍ବାନ କରୁଛନ୍ତି । ଜନସାଧାରଣ ଏବଂ ଅଂଶୀଦାରମାନେ ମାଇଗଭ ପ୍ଲାଟଫର୍ମ ମାଧ୍ୟମରେ ୧୮.୦୨.୨୦୨୫ ସୁଦ୍ଧା ମତାମତ / ମତାମତ ପ୍ରଦାନ କରିପାରିବେ ।

ସଚେତନତା ପଦକ୍ଷେପ

ନାଗରିକଙ୍କ ଯୋଗଦାନର ଗୁରୁତ୍ୱକୁ ବୁଝି ସରକାର ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ପାଇ୍ଁ ଯୋଜନା କରୁଛନ୍ତି । ଏପରି ପଦକ୍ଷେପ ନାଗରିକମାନଙ୍କୁ ନୂତନ ନିୟମାବଳୀ ଢାଞ୍ଚା ଅଧୀନରେ ସେମାନଙ୍କ ଅଧିକାର ଏବଂ ଦାୟିତ୍ୱ ବିଷୟରେ ସଚେତନ କରିବ ଏବଂ ଦାୟିତ୍ୱବାନ ଡାଟା ସଂସ୍କୃତିକୁ ପ୍ରୋତ୍ସାହିତ କରିବ । ଏହି ଚିଠା ନିୟମବଳୀ ନାଗରିକଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ସୁନିଶ୍ଚିତ କରିବା ସହ ଉଦ୍ଭାବନ ଚାଳିତ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାକୁ ଭାରତର ଅଙ୍ଗୀକାରକୁ ଦର୍ଶାଉଛି ।
.

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+