ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେଲେ ଡକ୍ଟର ମନୋରମା

ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍‌. ଆର ବିଶ୍ୱାସଙ୍କ ସ୍ଥାନ ନେଲେ ଡକ୍ଟର ମନୋରମା ମହାନ୍ତି । ଡକ୍ଟର ମନୋରମା ମହାନ୍ତି ହେଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି ।

ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍‌. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି । ମନୋରମା ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପରେ ଭାରତୀୟ ପାଣିପାଗ ବିଜ୍ଞାନରେ ଯୋଗ ଦେଇଥିଲେ ।

Dr. Manorama,

ଆରବ ସାଗରର ସବୁଠାରୁ ଶକ୍ତିଶାଳୀ ବାତ୍ୟା 'ତାଉତେ' ଓ 'ବିପର୍ଯ୍ୟୟର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ସେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+