୩୦ ବର୍ଷର ରାଜନୀତି କ୍ୟାରିଅରରୁ ସନ୍ୟାସ ନେଲେ ସାଂସଦ ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଏବଂ ଜୟନ୍ତ ସିହ୍ନାଙ୍କ ପରେ ବର୍ତ୍ତମାନ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ ଏଚ୍ ହର୍ଷବର୍ଦ୍ଧନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ.ଏଚ୍ ହର୍ଷବର୍ଦ୍ଧନ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି, ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଏହି ସୂଚନା ଦେଇଛନ୍ତି ।
ଡକ୍ଟର ହର୍ଷ ବର୍ଦ୍ଧନ ବିଜେପି ଏବଂ ଦଳର ସମସ୍ତ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଆରଏସଏସ ନେତୃତ୍ୱଙ୍କ ଅନୁରୋଧ କ୍ରମେ ସେ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିଥିଲେ । ତାଙ୍କ ପାଇଁ ଗଣତନ୍ତ୍ରର ଅର୍ଥ ହେଉଛି ତିନୋଟି ମୁଖ୍ୟ ଶତ୍ରୁ: ଦାରିଦ୍ର, ରୋଗ ଏବଂ ଅଜ୍ଞନତା ସହ ଲଢ଼େଇ କରିବା ।
ଡକ୍ଟର ହର୍ଷ ବର୍ଦ୍ଧନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଗତ ତିରିଶ ବର୍ଷର ରାଜନୈତିକ ଯାତ୍ରା ଅତ୍ୟନ୍ତ ଚମତ୍କାର ରହିଛି । ଏହି ସମୟ ମଧ୍ୟରେ ମୁଁ ପାଞ୍ଚଟି ବିଧାନସଭା ନିର୍ବାଚନ ଏବଂ ଦୁଇଟି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଏକ ବୃହତ ବ୍ୟବଧାନରେ ଜିତିଛି । ହର୍ଷ ବର୍ଦ୍ଧନ ଆହୁରି ଲେଖିଛନ୍ତି ଯେ ସେ ରାଜ୍ୟ , କେନ୍ଦ୍ର ତଥା ପାର୍ଟି ସଂଗଠନରେ ବହୁ ସମ୍ମାନଜନକ ପଦବୀରେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ନିଜ ମୂଳକୁ ଫେରିବାକୁ ଚାହୁଁଛନ୍ତି ।

ତାଙ୍କର ପ୍ରଥମ ଦିନକୁ ମନେ ପକାଇ ବିଜେପି ନେତା କହିଛନ୍ତି ଯେ ପଚାଶ ବର୍ଷ ପୂର୍ବେ କାନପୁରର ଜିଏସଭିଏମ ମେଡିକାଲ କଲେଜରେ ଏମବିବିଏସରେ ଆଡମିଶନ କରିବାବେଳେ ମାନବଜାତିର ସେବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ସେ କହିଛନ୍ତି ଯେ ହୃଦୟରେ ଜଣେ ସ୍ୱେଚ୍ଛାସେବୀ ହୋଇ ସେ ସର୍ବଦା ଧାଡିରେ ଶେଷ ବ୍ୟକ୍ତିଙ୍କୁ ସେବା କରିବାକୁ ଚେଷ୍ଟା କରିଆସୁଛନ୍ତି ।












Click it and Unblock the Notifications