ଆରଟିଆଇ ଅଧୀନରେ ସ୍ୱଚ୍ଛତା ରକ୍ଷା କରିବା ସହିତ ଗୋପନୀୟତାକୁ ବଜାୟ ରଖିଛି ଡିପିଡିପି ଆଇନ, ୨୦୨୩
ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ୨୦୨୩ (ଡିପିଡିପି ଆଇନ) ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ପ୍ରକ୍ରିୟାକରଣ ପାଇଁ ଏପରି ବ୍ୟବସ୍ଥା କରିଛି ଯାହା ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବାର ଅଧିକାର ଏବଂ ଆଇନଗତ ଉଦ୍ଦେଶ୍ୟ ପାଇଁ ଏପରି ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟାକରଣ କରିବାର ଆବଶ୍ୟକତାକୁ ସ୍ୱୀକୃତି ଦେଇଥାଏ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଦେଇଥିବା ସୂଚନା ଅନୁଯାୟୀ, ଏକ ବ୍ୟାପକ ଏବଂ ବିସ୍ତୃତ ସାର୍ବଜନୀନ ବିଚାରବିମର୍ଶ ପ୍ରକ୍ରିୟା ପରେ ଡିପିଡିପି ଆଇନ ଗୃହୀତ ହୋଇଥିଲା। ଏହି ବିଚାରବିମର୍ଶ ପ୍ରକ୍ରିୟା ସମୟରେ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ୨୦୨୨ (ଡିପିଡିପି ବିଲ) ଉପରେ ୨୨,୬୦୦ରୁ ଅଧିକ ମତାମତ ମିଳିଥିଲା। ଏହି ମତାମତଗୁଡ଼ିକ ଉପରେ ସତର୍କତା ପୂର୍ବକ ବିଚାରବିମର୍ଶ କରିବା ପରେ ଡିପିଡିପି ବିଲ ସଂସଦରେ ଉପସ୍ଥାପନ କରାଯାଇଥିଲା। ଏହାପରେ ଡିପିଡିପି ଆଇନ ୨୦୨୩ ଅନୁମୋଦନ ଲାଭ କରିଥିଲା।

ଡିପିଡିପି ଆଇନ ମାଧ୍ୟମରେ ଆରଟିଆଇ ଆଇନର ଧାରା ୮(୧)(ଜେ)ରେ ସଂଶୋଧନ ସୂଚନା ଅଧିକାର ସହିତ ଗୋପନୀୟତାର ମୌଳିକ ଅଧିକାରକୁ ସନ୍ତୁଳିତ କରିଥାଏ। ଜଷ୍ଟିସ କେ.ଏସ ପୁଟ୍ଟାସ୍ୱାମୀ ବନା ଭାରତ ସରକାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ସୁନିଶ୍ଚିତ କରିଛନ୍ତି। ଏହି ସଂଶୋଧନ ଉଚିତ୍ ପ୍ରତିବନ୍ଧକ ଉପରେ ପ୍ରତିଷ୍ଠିତ ନ୍ୟାୟିକ ତର୍କ ଅନୁରୂପ ଅଟେ ଯାହା ବର୍ତ୍ତମାନର ନ୍ୟାୟଶାସ୍ତ୍ରକୁ ସଂହିତାବଦ୍ଧ କରିଥାଏ। ଏହା ଆଇନ ମଧ୍ୟରେ ସମ୍ଭାବ୍ୟ ଦ୍ୱନ୍ଦ୍ୱକୁ ଏଡାଇବାରେ ସାହାଯ୍ୟ କରେ।
ଏହାବ୍ୟତୀତ, ସୂଚନା ଅଧିକାର ଆଇନର ଧାରା ୮(୨) ଅନୁଯାୟୀ, ସୂଚନାର ପରିପ୍ରକାଶରେ ଯଦି ସୁରକ୍ଷିତ ହିତ ଅପେକ୍ଷା ଜନହିତ ଅଧିକ ଗୁରୁତ୍ୱ ବହନ କରେ ତେବେ ଯେକୌଣସି ସାର୍ବଜନୀନ ପ୍ରାଧିକରଣ ସୂଚନା ଯୋଗାଇ ଦେବାକୁ ଅନୁମତି ଦେଇପାରିବେ। ଏହି ଧାରାରେ ଉଲ୍ଲେଖ କରାଯାଇଛି:
''ସୂଚନା ପରିପ୍ରକାଶରେ ଯଦି ସୁରକ୍ଷିତ ହିତ ଅପେକ୍ଷା ଜନହିତ ଅଧିକ ଗୁରୁତ୍ୱ ବହନ କରେ ତେବେ ଅଧିକୃତ ଗୋପନୀୟତା ଆଇନ ୧୯୨୩ (୧୯୨୩ର ୧୯)ରେ କୌଣସି ବିଷୟ ଥିଲେ ଅଥବା ଉପଧାରା (୧) ଅନୁଯାୟୀ ଅନୁମେୟ କୌଣସି ଛାଡ଼ର ଅନୁମତି ଥିଲେ ସୁଦ୍ଧା ଯେକୌଣସି ସାର୍ବଜନୀନ ପ୍ରାଧିକରଣ ସୂଚନା ଯୋଗାଇ ଦେବାକୁ ଅନୁମତି ଦେଇପାରିବେ।''
ଉକ୍ତ ସଂଶୋଧନ ବ୍ୟକ୍ତିଗତ ସୂଚନା ପ୍ରକାଶନକୁ ପ୍ରତିବନ୍ଧିତ କରେ ନାହିଁ; ବରଂ ଏହା ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଅଧିକାରକୁ ସୂଚନା ଅଧିକାର ସହିତ ସନ୍ତୁଳିତ କରେ। ଏହା ଆରଟିଆଇ ଆଇନ ଅଧୀନରେ ସ୍ୱଚ୍ଛତା ଢାଞ୍ଚା ଏବଂ ଡିପିଡିପି ଆଇନ ଅଧୀନରେ ଗୋପନୀୟତା ଢାଞ୍ଚା ମଧ୍ୟରେ ସମନ୍ୱୟ ବଜାୟ ରଖିବା ତଥା ସ୍ୱଚ୍ଛତା ଓ ଗୋପନୀୟତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସୁନିଶ୍ଚିତ କରିଥାଏ।
ଏହି ଆଇନ ଭଳି ସରକାର ନିୟମଗୁଡ଼ିକ ପାଇଁ ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂଗଠନଗୁଡ଼ିକ ସମେତ ଆଲୋଚନା ସହିତ ବ୍ୟାପକ ବିଚାରବିମର୍ଶ କରିଛନ୍ତି।
*******
P.S
(ରିଲିଜ ଆଡି: 2158600)
ଏହି ରିଲିଜ ପଢନ୍ତୁ : English , Urdu , Hindi
Share on facebook
Share on twitter
Share on whatsapp
Share on email
Share on linkedin












Click it and Unblock the Notifications