୧୧୪ ରାଫେଲ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା କ୍ରୟ ବୋର୍ଡ (DPB)ର ମଞ୍ଜୁରୀ
ବାୟୁସେନା ପାଇଁ ଆଉ ୧୧୪ଟି ରାେଫଲ ଯୁଦ୍ଧ ବିମାନ କ୍ରୟ କରିବା ପ୍ରସ୍ତାବ ଆଉ ପାଦେ ଆଗେଇଛି। ଶୁକ୍ରବାର ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ପ୍ରୋକ୍ୟୁରମେଣ୍ଟ ବୋର୍ଡ (ଡିପିବି) ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଡିଏସି (ଡିଫେନ୍ସ ଆକ୍ୟୁଜିସନ କାଉନସିଲ)ଏବଂ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ଚୂଡାନ୍ତ ଅନୁମୋଦନ ପରେ ହିଁ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି।

ଏ ବାବଦରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆକଳନ କରାଯାଇଛି। ଏଥିମଧ୍ୟରୁ ଫ୍ରାନ୍ସର ଡାସଲ୍ଟ ଆଭିଏସନ କମ୍ପାନୀ ୧୮ଟି ରାଫେଲ ଯେଗାଉଥିବାବେଳେ ଅବଶିଷ୍ଟ ୯୬ଟି ବିମାନ ଭାରତରେ ନିର୍ମାଣ କରାଯିବାର ଯୋଜନା ରହିଛି। ଫ୍ରାନ୍ସ ନିକଟରୁ ଅଧିକ ରାଫେଲ ବିମାନ କିଣିବା ପ୍ରସ୍ତାବକୁ ଅଗ୍ରାଧିକାର ଦିଆଯାଉଥିଲେ ସୁଦ୍ଧା ରୁଷ୍ ନିର୍ମିତ ସୁଖୋଇ-୫୭ ଯୁଦ୍ଧ ବିମାନ କ୍ରୟ ପ୍ରସ୍ତାବ ମଧ୍ୟ ଭାରତ ସରକାରଙ୍କ ବିଚାରାଧୀନ ରହିଛି।












Click it and Unblock the Notifications