କାଶ୍ମୀର ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ କାହାରି ମଧ୍ୟସ୍ଥତା ଦରକାର ନାହିଁ’
କାଶ୍ମୀର ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ଉପରାଷ୍ଟ୍ରପତି ଭାନ୍ସଙ୍କୁ ରୋକଠୋକ୍ ଶୁଣାଇଲେ । ପିଓକେ ଭାରତକୁ ଫେରିବା ନେଇ କଥା ହୋଇପାରିବୁ । ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ କଥା ହେବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି । ଆମେ କାହାର ମଧ୍ୟସ୍ଥତା ଚାହୁଁନୁ ସ୍ପଷ୍ଟ କଲେ ପିଏମ ମୋଦି । ଆମେ କାହାର ମଧ୍ୟସ୍ଥତା ମଧ୍ୟ ଆବଶ୍ୟକ କରୁନୁ ।
ମୋଦି କହିଛନ୍ତି, ଯଦି ପାକିସ୍ତାନ ହମଲା କରିବ, ତେବେ ଆମେ ଛାଡିବୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜେଡି ଭେନ୍ସ ପାକିସ୍ତାନର ସେନା ପ୍ରମୁଖ ଅସୀମ ମୁନୀର ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ଜେନେରାଲ ଅନୀଲ ଅନୀଲ ଚୌହ୍ବାନ, ତିନି ସେନା ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି ।

ଏନେଇ ମୋଦି କହିଛନ୍ତି, ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ ସଫଳତା । ପିଓକେ ବ୍ୟତୀତ ଅନ୍ୟ କୌଣସି କଥା ପାକିସ୍ତାନ ସହିତ ଭାରତ ହେବ ନାହିଁ । ଆମ ଭିତରେ କାହାରି ମଧ୍ୟସ୍ଥତା ଦରକାର ନାହିଁ । ଜାତିସଂଘରେ ପାକରେ ମୁଖା ଖୋଲିବ ଭାରତ । ଆତଙ୍କବାଦର ପ୍ରମାଣ ଦେବ । ୱେଷ୍ଟର୍ଣ୍ଣ କମାଣ୍ଡାଣ୍ଟଙ୍କୁ ପ୍ରତି ଆକ୍ରମଣର କ୍ଷମତା ଦିଆଯାଇଛି । ଦରକାର ପଡିଲେ ଆକ୍ରମଣ ହେବ । ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ସମସ୍ତ ଚୁକ୍ତି ବାତିଲ ରହିବ ।












Click it and Unblock the Notifications