ପୁଣି ଫେରିଲା କରୋନା; ୬ ଦିନରେ ୨୫,୯୦୦ ମାମଲା, ଚିନ୍ତାରେ ସରକାର
ପୁଣି ଥରେ କରୋନା ତାହାର କାୟା ବିସ୍ତାର କରିଛି । ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ କରୋନା ମାମଲା ରେକର୍ଡ ହୋଇଛି। ଏହି ଅବସରରେ ଶନିବାର ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍ ୟେ କୁଙ୍ଗ୍ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

କରୋନାର ଏହି ନୂଆ ଓ୍ବେଭ୍ ଦେଶରେ ପ୍ରାରମ୍ଭିକ ସ୍ତିତିରେ ଏବଂ ଆଗାମୀ ୨ରୁ ୪ ସପ୍ତାହରେ ମଧ୍ୟରେ ଏହା ଶିଖରରେ ପହଞ୍ଚିବ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାରର ସାମାଜିକ ପ୍ରତିବନ୍ଧକ ଲାଗୁ କରିବାର ଯୋଜନା ନଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍ କହିଛନ୍ତି। ସିଙ୍ଗାପୁରରେ ଚଳିତ ସପ୍ତାହର କରୋନା ମାମଲା
ଗତ ସପ୍ତାହ ଠାରୁ ଦ୍ୱିଗୁଣୀତ ହୋଇଛି। ସେହିପରି ପ୍ରତିଦିନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ହାରାହାରି ରୋଗୀଙ୍କ ସଂଖ୍ୟା ଗତ ସପ୍ତାହରେ ୧୮୧ ଥିବାବେଳେ ଚଳିତ ସପ୍ତାହରେ ଏହା ବଢ଼ି ୨୫୦ରେ ପହଞ୍ଚିଛି।












Click it and Unblock the Notifications