ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ: ମୁଖ୍ୟ ନିର୍ବାଚନ କମିଶନର
Lok Sabha Elections 2024: ଶନିବାର ଅର୍ଥାତ୍ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା କରିଛନ୍ତି । ଏଥର ଏପ୍ରିଲ ୧୯ ରୁ ଜୁନ୍ ୧ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଜୁନ୍ ୪ ରେ ଭୋଟ୍ ଗଣନା କରାଯିବା ସହ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, 18 ତମ ଲୋକସଭା ଗଠନ ପାଇଁ ନିର୍ବାଚନ ସୂଚୀ ଘୋଷଣା ହେବା ସହିତ ଦେଶରେ ଆଚରଣ ବିଧି ଲାଗୁ ହୋଇଛି ।

ରାଜୀବ କୁମାର ଆହୁରି କହିଛନ୍ତି, ଇଭିଏମ୍ ବିରୋଧରେ ବିଭିନ୍ନ ଅଭିଯୋଗକୁ କୋର୍ଟ ୪୦ ଥର ବିଚାର କରିଥିଲେ ଏବଂ ପ୍ରତ୍ୟେକ ଘଟଣାରେ ସମସ୍ତ ଅଭିଯୋଗ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସମସ୍ତ ଦଳ ଭଲଭାବେ ଜାଣିଛନ୍ତି ଯେ ଇଭିଏମ୍ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁନ୍ଦର ଏବଂ ଉନ୍ନତ କରିଛି । ଶାସକ ଦଳଗୁଡିକ ଏହି ଇଭିଏମ୍ ମାଧ୍ୟମରେ ହାରିଥିବାର ଦେଖାଯାଇଛି । ତେବେ ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।
ସେହିପରି କୌଣସି ହେଟ୍ ସ୍ପିଚ୍ ତଥା ଘୃଣା ମନ୍ତବ୍ୟ ଦେବା ପାଇଁ ସମସ୍ତ ରାଜନୈତିକ ଦଳକୁ ବାରଣ କରାଯାଇଛି ଏହାସହ ଟଙ୍କା ଦେଇ ଖବର ପ୍ରସାରଣ କିମ୍ବା ମିଥ୍ୟା ଖବର ପ୍ରସାରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜନୈତିକ ଦଳ ଗୁଡିକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications